ଗାଡି ଚାଳକ ମାନେ ସାବଧାନ । ଆଇ.ଇ.ଏମ୍.ଏସ୍ ର ଉଦ୍ଘାଟନ
ଗାଡି ଚାଳକ ମାନେ ସାବଧାନ । ଆଇ.ଇ.ଏମ୍.ଏସ୍ ର ଉଦ୍ଘାଟନ
ନିମାପଡା(ଏପିନ୍ୟୁଜ) ଆଜିଠାରୁ ଇଣ୍ଟେଲିଜେଣ୍ଟ ଏମ୍ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇ.ଇ.ଏମ୍.ଏସ୍) ପ୍ରଚଳିତ ହୋଇଛି । ଏହି ବ୍ୟବସ୍ଥା ଦ୍ବାରା ବେଗ ନିୟନ୍ତ୍ରଣ ସହ ଦୁର୍ଘଟଣାକୁ ପ୍ରତିହିତ କରାଯାଇ ପାରିବ । ବର୍ତ୍ତମାନ ପୁରୀରୁ କୋଣାର୍କ ବେଳାଭୂମି ରାସ୍ତା ଓ କୋଣାର୍କରୁ ନିମାପଡା ଦେଇ ପିପିଲି ରାସ୍ତାରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହି ବ୍ୟବସ୍ଥା ଦ୍ବାରା ସିସି.ଟିଭି ମାଧ୍ୟମରେ ନିର୍ଦ୍ଧାରିତ ବେଗଠାରୁ ଅଧିକ ଗତିରେ ଗଲେ ଆଇ.ଇ.ଏମ୍.ଏସ୍ ଚିହ୍ନଟ କରି ସିଧାସଳଖ ଗାଡି ମାଲିକଙ୍କ ପାଖକୁ ଚାଲାଣ ପହଞ୍ଚିଯିବ।
