ଉତ୍କର୍ଷ ନିମାପଡା ୨୦୨୫ ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉଦ୍ଘାଟିତ
ଉତ୍କର୍ଷ ନିମାପଡା ୨୦୨୫ ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉଦ୍ଘାଟିତ
ନିମାପଡ଼ା, ୪/୫(ଏପିନ୍ୟୁଜ) ନୂଆ ବାରବାଟୀ ପଡ଼ିଆ ଠାରେ ଆୟୋଜିତ ଦୁଇଦିନିଆ ନିମାପଡ଼ା ଉତ୍କର୍ଷ ସମ୍ମିଳନୀକୁ ଆଜି ପୂର୍ବାହ୍ନରେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କୁମ୍ଭମପତି ଉଦଘାଟନ କରି ଜନ ସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ନିମାପଡ଼ା କୋଣାର୍କ ,ରାମଚଣ୍ଡି ଏବଂ ଅସ୍ତରଙ୍ଗ ବେଳାଭୂମିର ପ୍ରବେଶ ପଥ ନୁହେଁ ଏହି ସ୍ଥାନ ହେଉଛି ଏକ ପବିତ୍ର ଭୂମି। ଏହି ସ୍ଥାନ ଏକ ସାଂସ୍କୃତିଓ ଧାର୍ମିକ ପୀଠ, ଏହି ନିର୍ବାଚନ ମଣ୍ଡଳୀରେ ଭରି ରହିଛି ବିସ୍ତୃତ ଚାଷ ଜମି। ମୋ ସରକାରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରାଜ୍ୟରେ ନିମାପଡାକୁ ପ୍ରତି କ୍ଷେତ୍ରରେ ଏକ ନମ୍ବର କରିବା ଏହି ଉତ୍କର୍ଷ ନିମାପଡା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ନିମାପଡା ନିର୍ବାଚନ ମଣ୍ଡଳୀରେ +୨ ଏବଂ ମେଟ୍ରିକ ପରୀକ୍ଷାରେ ୯୦%ରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଏବଂ ପରିଷଦର ଦୁଇ ଜଣ ସଫେଇ କର୍ମଚାରୀ ଏବଂ ଲକ୍ଷପତି ଦିଦିଙ୍କୁ ରାଜ୍ୟପାଳ ପୁରସ୍କୃତ କରିଛନ୍ତି। ଉତ୍କର୍ଷ ନିମାପଡାରେ ଯୋଗ ଦେଇଥିବା ଅତିଥିମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିମାପଡା ପ୍ରସିଦ୍ଧ ଛେନା ଝିଲି ର ଡିଜିଟାଲ ଫଟ ଦେଇଥିଲେ। ଏହି ସଭାରେ ଜଗତସିଂହପୁର ସାଂସଦ ବିଭୂପ୍ପୁରସାଦ ତରାଇ, ପୁରୀ ବିଧାୟକ ସୁନିଲ ମହାନ୍ତି, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ପୁରୀ ଏସ୍.ପି ବିନିତ କୁମାର ମିଶ୍ର ଅତିଥିଭାବେ ଯୋଗ ଦେଇଥିଲେ। ସ୍ବାଗତ ଭାଷଣ ଦେଇଥିଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ବାଇଁ। ବିଡିଓ ଡଃ ଅଭିଜିତ ସଡଙ୍ଗୀ ଧନ୍ୟବାଦ ଦେଇଥିଲେ ଏବଂ ପୁରୀ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।