କେୟୁଡବ୍ଲ୍ୟୁଜେ ର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକ
ଗ୍ରାମାଂଚଳ ସାମ୍ବାଦିକମାନଙ୍କର ହକ ଓ ଅଧିକାର ପାଇଁ ଲଢେଇ ଜାରି ରହିବ
ଭୁବନେଶ୍ଵର,(ଏପିନ୍ୟୁଜ)୫/୬:କଳିଙ୍ଗ ୟୁନିଅନ ଅଫ୍ ୱାକିଂ ଜର୍ଣ୍ଣାଲିଷ୍ଟସ୍ କେବଳ ଏକ ସଂଗଠନ ନୁହେଁ, ରାଜ୍ୟର ଗ୍ରାମାଂଚଳ ସାମ୍ବାଦିକମାନଙ୍କର ହକ୍ ଓ ଅଧିକାରର ଏକ ଆନ୍ଦୋଳନ ବୋଲି ସଂଘର ରାଜ୍ୟ କର୍ମକର୍ତାମାନେ ପ୍ରକାଶ କରିବା ସହ ଗ୍ରାମାଂଚଳ ସାମ୍ବାଦିକମାନଙ୍କ ଦୀର୍ଘଦିନର ସମସ୍ୟା ସାଧନ ନିମନ୍ତେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ନିଷ୍ପତି ନିଆଯାଇଛି । ଆଜି ବାଲାଜୀ ଗ୍ରାଣ୍ଡ ହୋଟେଲ ଭୁବନେଶ୍ଵର ଠାରେ ସଂଘର ରାଜ୍ୟ କାର୍ଯ୍ୟକାରିଣୀ କମିଟି ବୈଠକ ରାଜ୍ୟ ସଭାପତି ମନୋଜ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ୟୁନିଅନ ଅଫ୍ ଓର୍କି ଜର୍ଣାଲିଷ୍ଟସ୍ ରାଜ୍ୟ ସରକାରଙ୍କ ଶ୍ରମ ଆୟୁକ୍ତଙ୍କ ଦ୍ୱାରା ପଂଜୀକୃତ ହୋଇଥିବାରୁ ସଂଘ ପକ୍ଷରୁ ରାଜ୍ୟ ସରକାର, ଶ୍ରମ ଆୟୁକ୍ତ, ଯୁଗ୍ମ ଶ୍ରମ ଆୟୁକ୍ତ, ସହ-ଶ୍ରମ ଆୟୁକ୍ତ, ଓ ସମସ୍ତ ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଆଉ କିଛି ଦିନ ପରେ ବର୍ତ୍ତମାନର ସରକାରଙ୍କ ଏକ ବର୍ଷ ପୂରଣ ହେବ । ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଥର ସାକ୍ଷାତ କରି ଦାବୀପତ୍ର ମାଧ୍ୟମରେ ପ୍ରମୁଖ ସମସ୍ୟାଗୁଡିକ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ସରକାରଙ୍କ ଅଣଦେଖା ରାଜ୍ୟର ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ତୁରନ୍ତ ସରକାର ବିଭିନ୍ନ ଟ୍ରେଡ ୟୁନିଅନର ପ୍ରତିନିଧିମାନଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରାଯିବା ନେଇ ଦାବୀ ଉପସ୍ଥାପନ କରାଯିବ ବୋଲି ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସମ୍ପାଦକ ରାଜକିଶୋର ସ୍ଵାଇଁ ସଂଯୋଜନା କରିଥିବାବେଳେ କୋଷାଧ୍ୟକ୍ଷ ସୁବାସ ସ୍ଵାଇଁ, ଉପସଭାପତି ବିନାୟକ ମିଶ୍ର, ସୌରଭ ପଟ୍ଟନାୟକ, ଅରୂନ ଓତା, ମନ୍ମଥ ମହାରଣା, ଜୟକାନ୍ତ ରାଉତ, ତୁଷାର ପଟ୍ଟନାୟକ, ଧୂଷାସନ ନାୟକ, ଜୟସେନ ପରିଡା, କମଳ ଲୋଚନ ଦଳେଇ, ସୌମିତ୍ରୀ ନାୟକ, ଖୁଦୀରାମ ମହାନ୍ତି, ଗଣେଷ ବିଶୋୟୀ, ଅକ୍ଷୟ ରାଉତ, ପ୍ରଭାକର ଶିରୋମଣି, ଭବାନି ପାଢି, ଲଲାଟେନ୍ଦୁ ସେନାପତି, ବିଭୂତି ତ୍ରୀପାଠୀ, ରାମେଶ୍ଵର ଶତପଥ୍, ବାସୁଦେବ ବରାଡ଼, ନିରାକାର ଦଳେଇ, ସତ୍ୟଜିତ ଦାଶ, ପ୍ରଣୟ ଦେହୁରୀ, ମହମ୍ମଦ କଲିମ, ରାଜକିଶୋର ନାୟକ, ଧର୍ମେନ୍ଦ୍ର ପଣ୍ଡା, ରବିନାରାୟଣ ଗୌଡ଼, ବସନ୍ତ ପେଗୋଡ଼, ସୂର୍ଯ୍ୟନାରାୟଣ ପ୍ରଧାନ, ପ୍ରମୁଖଙ୍କ ସମେତ ଅନ୍ୟ କର୍ମକର୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମ୍ପାଦକ କୌଳାସ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ କାର୍ଯ୍ୟରତ ସାମ୍ବାଦିକମାନେ ଯୋଗ ଦେଇଥିଲେ ।