ନିମାପଡ଼ାରେ ଚାଲଛି ଦେହ ବ୍ୟବସାୟ; ଯୁବକ ଅଟକ
ନିମାପଡ଼ାରେ ଚାଲଛି ଦେହ ବ୍ୟବସାୟ; ଯୁବକ ଅଟକ
ନିମାପଡ଼ା (ଏପିନ୍ୟୁଜ): ନିମାପଡ଼ା ଥାନା ଆଢୁଆଳରେ ଦେହ ବ୍ୟବସାୟ। ସୂଚନା ଅନୁଯାୟୀ ଶିଠ ସାହି ଠାରେ ଦୈନିକ ଯୁବକ ବ୍ୟବସାୟ ଚଲାଇଥିବା ଅଭିଯୋଗ ହୋଇଛି । ଦୈନିକା ଯୁବତୀଙ୍କୁ ଏହି ବ୍ୟବସାୟରେ ସାମିଲ ହୋଇଥିଲେ। କୌଣସି କାରଣରୁ ଯୁବତୀ ଓ ଦେହ ବ୍ୟବସାୟରେ ସଂପୃକ୍ତ ଥିବା ଯୁବକଙ୍କ ମଧ୍ୟରେ ମନମାଳିନୀ ହେବାରେ ଯୁବତୀ ଜଣଙ୍କ ଛାଡିଯିବାକୁ ବାହାରିବାରୁ ଯୁବକ ଧମକ ଦେବା ସହ ଅନୈତିକ କାର୍ଯ୍ୟର ଫଟୋ ଭାଇରାଲ କରିଦେବା ପାଇଁ ଧମଦେଇଥିଲେ ।ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଡାକି ପୁଲିସ୍ ଛାଡିଦେଇଥିଲା ତାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଛି। ସେହି ସ୍ଥାନରେ ଖୁଲମ୍ଖୁଲା ଦେହ ବ୍ୟବସାୟ ଚାଲିଥିବା ସେଠା ଲୋକମାନେ ଅଭିଯୋଗ କରିଛନ୍ତି। ନିମାପଡା କୋଣାର୍କ ରାସ୍ତାର କୁଶଭଦ୍ରା ବନ୍ଧ ନିକଟରେରେ ଏହି ବ୍ୟବସାୟ କେନ୍ଦ୍ର ଥିବାରୁ ଗ୍ରାହକମାନଙ୍କୁ ବିନା ରୋକ୍ଠୋକ୍ରେ ଏହାକୁ ଜାରି ରଖିଛନ୍ତି। ମାତ୍ର ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ପୋଲିସ ଶୁକ୍ରବାର ବିଳମ୍ବିତ ରାତ୍ରରେ ସାଧା ପୋଷାକରେ ଯାଇ ସେଠାରେ ବଡ଼ର କରି ଦେହ ବ୍ୟବସାୟ ଚଳାଇ ଥିବା ଯୁବକକୁ ଧରି ଥାନାରେ ପଚରା ଉଚୁରା ଚଳାଇଛି । ଏହି ଯୁବକ ଠାରୁ ଅନେକ ଗୁଡ଼ ରହସ୍ୟ ପୋଲିସ ହାତରେ ଲାଗିଛି । ନିମାପଡ଼ା ପରି ଜନଗହଳିପୂର୍ଣ ସ୍ଥାନରେ ଏପରି କାର୍ଯ୍ୟ ଚାଳିଥିବା ବେଳେ ଏ ଦିଗରେ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପାଇଁ ଦାବି ହୋଇଛି । ଜଣେ ଯୁବତୀଙ୍କ ଫଟୋ ଭାଇରାଲ୍ ଘଟଣାରେ ଅଭିଯୋଗ ହେବା ପରେ ପୋଲିସର ଯୁବକ ପ୍ରତି ସନ୍ଦେହ ସୃଷ୍ଟି ହୋଇଥିଲା । କେତେଳଣ ବ୍ୟକ୍ତି ମଧ୍ୟସ୍ଥି ସାଜି ଏହି ଘଟଣାକୁ ସମଧାନ କରିବା ପାଇଁ ରୀତିମତ ଉଦ୍ୟମ ଚଳାଇଛନ୍ତି ।