ବିପର୍ଯ୍ୟସ୍ତ ନିମାପଡ଼ା –ବଳଙ୍ଗା ରାସ୍ତାର ମରାମରାମତି ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ଦାବୀ ପତ୍ର ପ୍ରଦାନ
ନିମାପଡ଼ା, ୯/୬(ଏପିନ୍ୟୁଜ) ପୂର୍ତ ବିଭାଗ ଅଧିନରେ ଥିବା ନିମାପଡ଼ା- ବଳଙ୍ଗା ୧୪ କିମିର ମୁଖ୍ୟ ରାସ୍ତା ଖାଲ ଖମାରେ ପରିଣିତ ହୋଇ ଚଳାଚଳ ପାଇଁ ସଂମ୍ପୁର୍ଣ୍ଣ ଅନୁପଯୋଗୀ ହୋଇ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଆଗକୁ ରଥଯାତ୍ରା ଆସୁଥିବାରୁ ଏହି ରାସ୍ତାଦେଇ ଲକ୍ଷାଧିକ ଭକ୍ତ ପୁରୀ ଯାତାୟତ କରିବେ। ଏହି୧୪ କିମି ଦୂରତା ବିଶିଷ୍ଟ ରାସ୍ତାକୁ ଯୁଦ୍ଧକାଳୀନ ଭିତିରେ ସର୍ବନିମ୍ନ ମରାମତି କରାଯାଇ ଯାତାୟତ ପାଇଁ ଉପଯୋଗୀ କରିବାପାଇଁ ଦୁଇଶହରୁ ଉର୍ଦ୍ଧ୍ବ ସାଧାରଣ ଜନତା ଆଜି ପୂର୍ବାହ୍ନରେ ସ୍ଥାନୀୟ ପୁର୍ତ୍ତ ବିଭାଗ ଅଫିସରେ ଅଧୀକ୍ଷଣ ଯନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସହକାରୀ ଯନ୍ତ୍ରୀ ଶକ୍ତିବ୍ରତ ଜେନାଙ୍କୁ ପ୍ରଦାନ କରିଛନ୍ତି। ସୁଚନା ଯୋଗ୍ୟ ୧୪ କିମି ରାସ୍ତାକୁ ସିମେଣ୍ଟ କଂକ୍ରିଟ ରାସ୍ତାରେ ପରିଣିତ କରିବା ପାଇଁ ରାଜ୍ୟସରକାର ୪୨ କୋଟୀ ଟଙ୍କା ମଜୁଂର କରି ଟେଣ୍ଡର ଆହ୍ବାନ କରିଥିଲେ। ରାଜ୍ୟର ୬ ଜଣ ଠିକାଦାର ଏହି ରାସ୍ତାପାଇଁ ହୋଇଥିବା ଟେଣ୍ଡରରେ ଅଶଂଗ୍ରହଣ କରିଛନ୍ତି ବୋଲି ସହକାରୀ ଯନ୍ତ୍ରୀ ଜେନା ସୁଚନା ଦେଇଛନ୍ତି।