ରାଜ୍ୟ

ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ନାକ୍ ପ୍ରସ୍ତୁତି କର୍ମଶାଳା

Spread It

ନିଗମାନନ୍ଦ ମହିଳା ମହାବିଦ୍ୟାଳୟରେ ନାକ୍ ପ୍ରସ୍ତୁତି କର୍ମଶାଳା

ଚାରିଛକ ୦୯/୦୬ (ଏପିନ୍ୟୁଜ) ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ଅନ୍ତଗ୍ରତ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ନାକ୍ ପ୍ରସ୍ତୁତି କର୍ମଶାଳା ଆୟୋଜିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳାରେ ମୁଖ୍ୟ ସାଧନ ବ୍ୟକ୍ତିତ୍ୱ ଭାବେ ପ୍ରଫେସର ଦିଲ୍ଲୀପ୍ ମଙ୍ଗରାଜ୍ ଯୋଗଦେଇ ମହାବିଦ୍ୟାଳୟକୁ ନାକ୍ ଅଧିସ୍ୱୀକୃତି ନିମନ୍ତେ ଆବଶ୍ୟକ ତଥ୍ୟ ଉପରେ ମାର୍ଗଦର୍ଶନ କରାଇଥିଲେ । ଏହି କର୍ମଶାଳାରେ ଅନ୍ୟତମ ସାଧନ ବ୍ୟକ୍ତିତ୍ୱ ଭାବେ ମୋନିକା ମଙ୍ଗରାଜ୍ ଯୋଗଦେଇ ନାକ୍ ପାଇଁ ଆବଶ୍ୟକ ଦସ୍ତାବିଜ ଉପରେ ଆଲୋକପାତ କରିଥିଲେ । ଆଇ.କ୍ଯୁ.ଏ.ସି ର ସଂଯୋଜିକା ଡକ୍ଟର ପୁର୍ଣ୍ଣିମା ମହାନ୍ତି ଅତିଥିଙ୍କୁ ସ୍ୱାଗତ କରିଥିଲେ । ନାକ୍ ସଂଯୋଜିକା ଡକ୍ଟର ଶ୍ରୀଲେଖା ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ମହାବିଦ୍ୟାଳୟର ନାକ୍ ପ୍ରସ୍ତୁତି କମିଟିର ସମସ୍ତ ସଦସ୍ୟମାନେ ଯୋଗଦେଇଥିଲେ । ଶେଷରେ ଅଧ୍ୟାପିକା ଡକ୍ଟର କୀର୍ତ୍ତିମୟୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *