ମଣ୍ଡିରେ ଶୋଷଣର ଶିକାର ହେଉଛନ୍ତି ଚାଷୀ
ନିମାପଡା ବ୍ଲକ୍ ଅନ୍ତର୍ଗତ ଦଣ୍ଡିପୁର ସମବାୟ ସମିତିରେ ଚଳିତ ରବିଋତୁର ୯୦୦୦ କ୍ବିଣ୍ଟାଲ ୫୦୦ କିଲୋଗ୍ରାମ ଧାନ କ୍ରୟ ପାଇଁ ଯୋଗାଣ ବିଭାଗ ଧାର୍ଯ୍ୟ କରିଥିଲା । ମଣ୍ଡି ବନ୍ଦ ହେବା ପାଇଁ ଆଉ କେଉଟା ଦିନ ବାକିଥିବା ସମୟରେ ଏହି ସମବାୟ ସମିତି ଦୁଇ ଥର କୃଷକ ମାନଙ୍କ ଠାରୁ ମାତ୍ର ୩୦୦୦ କ୍ବିଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାପଡନ୍ତି। ଜଣେ ଜଣେ କୃଷକଙ୍କଠାରୁ ଏକଶହ କ୍ବିଣ୍ଟାଲ ଧାନ କିଣାଯିବା ନିୟମ ଥିବା ବେଳେ କୃଷକଙ୍କଠାରୁ ୫୦ ପ୍ରତିଶତ ଧାନ କିଣାଯାଇଥିବା ଜଣାପଡିଛି । ଯେଉଁ ଚାଷୀମାନେ କଟଣୀ ଛଟଣୀରେ ରାଜି ହେଉଛନ୍ତି ସେମାନଙ୍କ ଠାରୁ ଧାନ କ୍ରୟ କରାଯାଉଥିବା ଅଭିଯୋଗ ହେଉଛି । କଟଣୀ ଛଟଣୀ ବ୍ୟତୀତ ୭ ରୁ ୧୦ କିଗ୍ରା ପର୍ଯ୍ୟନ୍ତ କ୍ବିଣ୍ଟାଲ ପ୍ରତିଧାନକିଣାରେ କଟାଯାଉଛି । କୃଷକମାନେ ମଣ୍ଡିରେ ଧାନ ବିକ୍ରିକରି ଶୋଷଣର ଶିକାର ହେଉଥିବା ଦଣ୍ଡିପୁର ସମବାୟ ସମିତି ମାଧ୍ୟମରେ ୫୦୦ କ୍ବିଣ୍ଟାଲ୍ କ୍ରୟ କରିବା ପରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଆଜି ସୁଧା ୩୫୦୦ ଶହ କ୍ବିଣ୍ଟାଲ କିଣାଯାଇଥିବାରୁ ଚାଷୀମାନେ ଆବଶ୍ୟକ ଧାନ ବିକିବା ପାଇଁ ବାଧ୍ୟ ହେବେ । କଟଣୀ ଛଟଣୀରେ ୩୦୦ରୁ ୩୫୦ ଟଙ୍କା କୃଷକ କ୍ଷତି ସହୁଥିବା ବେଳେ ସମବାୟ ସମିତି ସମସ୍ତ ଧାନ କ୍ରୟ କରୁନଥିବାରୁ କୃଷକମାନେ ବାଧ୍ୟ ହୋଇ ବେପାରୀ ମାନଙ୍କ ଧାନ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ପୂର୍ବତନ ପୁରୀ ଜିଲ୍ଲା ପୁରୀ ନିମାପଡା କେନ୍ଦ୍ର ସମବାୟ ବ୍ୟାଙ୍କ୍ ସଭାପତି ସତ୍ୟବାଦୀ ସାହୁ ଅଭିଯୋଗ କରିଥିବା ତୁରନ୍ତ କଟଣୀ ଛଟଣୀ ବନ୍ଦ କରି ଚାଷୀମାନଙ୍କଠାରୁ ବଳକା ଧାନ କ୍ରୟ ବନ୍ଦ ନ କଲେ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇବେ।