କଂଗ୍ରେସ ପକ୍ଷରୁ ଥାନା ସମ୍ମୁଖରେ ଧାରଣା
ନିମାପଡ଼ା, ୧୨/୬(ଏପିନ୍ୟୁଜ) କଂଗ୍ରେସ ପକ୍ଷରୁ ଅନ୍ୟାୟଭାବେ ଯୁବ କଂଗ୍ରେସ କର୍ମୀଙ୍କ ନାମରେ ଅନାବଶ୍ୟକ ଦଫା ଲଗାଇଛନ୍ତି ତାହାର ପ୍ରତିବାଦ କରି ଆଜି ଥାନା ସମ୍ମୁଖରେ ଶାନ୍ତି ପୁର୍ଣ୍ଣଭାବେ ଧାରଣା ଦିଆଯାଇଥିଲା। ଅନ୍ୟାବଶ୍ୟକ ଦଫା ଗୁଡ଼ିକ ପ୍ରତ୍ୟାହାର କରିବା ଗିରଫ ହୋଇଥିବା ଯୁବକକୁ ତୁରନ୍ତ ଖଲାସ କରିବା ପୁଲିସ ନିରପକ୍ଷତା ଅବଲମ୍ବନ ନକଲେ କଂଗ୍ରେସ ଦଳ ପକ୍ଷରୁ ରାଜ୍ୟସାରା ଆନ୍ଦୋଳନ କରି ପ୍ରତିବାଦ କରିବେ। ସୁଚନା ଯୋଗ୍ୟ କଳାପତକା ଦେଖାଇବା ଏକ ସାମ୍ବିଧାନିକ ଅଧିକାର। ପୁରୀ ସାସଂଦ ସମ୍ବିତ ପାତ୍ର କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମିଥ୍ୟା ଅପମାନସୂଚକ ମନଗଢା ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ କର୍ମୀମାନେ ସାସଂଦ ପାତ୍ରଙ୍କୁ କଳାପତକା ପ୍ରଦର୍ଶନ କରିଥିଲେ। କଳାପତକା ଦେଖାଇଥିବା ଯୁବକକୁ ଗିରଫ କରି ଉକ୍ତ ଯୁବକ ନାମରେ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇ ଅନାବଶ୍ୟକ ଦଫା ଲଗା ଯାଇଥିବା ଏବଂ ଗିରଫ ଯୁବକକୁ ତୁରନ୍ତ ଖଲାସ ଦାବୀକରି ଶାନ୍ତି ପୁର୍ଣ୍ଣ ଧାରଣା ଦେଇଥିଲେ ଏବଂ ଥାନା ଅଧିକାରୀ ବାମଦେବ ସ୍ବାଇଁଙ୍କୁ ଏକ ଦରଖାସ୍ତ ଦଳ ପକ୍ଷରୁ ଦିଆଯାଇଛି। ଧାରଣାରେ ବସିଥିବା କଂଗ୍ରେସ କର୍ମୀମାନେ ହେଲେ ବ୍ଲକ ସଂଯୋଜକ କାଳନ୍ଦୀ ବାରିକ, ପୁରୀ ଜିଲା ସଂଯୋଜକ ରାଜେଶ ମିଶ୍ର, ନରେନ୍ଦ୍ର ବେହେରା, ଗୋବିନ୍ଦ ମଲିକ, ଦେବେନ୍ଦ୍ର ପ୍ରଧାନ, ପ୍ରଭାକର ପାଟଶାଣୀ, ସେକ ମଙ୍ଗିଖାନ, ନବଘନ ମଲିକ, ପ୍ରଦିପ୍ତ ମହାନ୍ତି, ବିପିନ ବେହେରା, ଦେବବ୍ରତ ପାତ୍ର, ରାମଚନ୍ଦ୍ର ବିଶ୍ବାଳ ରମେଶ ମଲିକ ଓ ସୁବାଷ ଚନ୍ଦ୍ର ମଲିକ।