ରାଜ୍ୟ

ଶ୍ରମିକଙ୍କ ଅଧିକାର ଓ ଶ୍ରମ ଅଧିକାର ନିମନ୍ତେ ସଚେତନତାର ରଥ ଉଦ୍‌ଘାଟନ

Spread It

ଆଜି ତା୧୨.୦୬.୨୦୨୫ରିଖ ଦିବା ୧୦ଘଟିକା ସମୟରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପ୍ରାଙ୍ଗଣରେ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ତରଫରୁ ସଚେତନତା ରଥ ଉଦ୍‌ଘାଟନ କରାଯାଇଅଛି । ଉକ୍ତ ଶ୍ରମବିଭାଗ ତରଫରୁ ଭ୍ରାମ୍ୟମାଣ ଭ୍ୟାନ୍ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ଶରତ ଚନ୍ଦ୍ର ବେହେରା ସଚେତନତା ରଥର ନାଲିଫିତା କାଟିଥିଲେ । ଏହି ଭ୍ରାମ୍ୟମାଣ ସଚେତନତା ରଥ ପୁରୀ ଜିଲ୍ଲାର ପ୍ରତିବ୍ଲକ କଭର୍ କରି ଶ୍ରମିକ ଆଇନ୍ ତଥା ୧୪ ବର୍ଷରୁ ପୂର୍ବ କରିନଥିବା ଶିଶୁକୁ କୌଣସି ପ୍ରକାରର ବୃଦ୍ଧି ଏବଂ ପ୍ରତିକ୍ରିୟା ତଥା ୧୫ବର୍ଷରୁ ୧୮ବର୍ଷ ବୟସର କିଶୋରଙ୍କୁ ବିପଦ ସଙ୍କୁଳ ବୃଦ୍ଧି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତବ୍ୟ ଅପରାଧ ଅଟେ । ଏପରି ନିୟୋଜନ କରିଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମନା ଓ କାରାଦଣ୍ଡ ଭୋଗିବାକୁ ପଡିବ ଏପରିକି ୩ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବ । ଏଣୁ ପ୍ରତ୍ୟେକ ଜନସାଧାରଣମାନଙ୍କୁ ସଚେତନତା କରିବା ପାଇଁ ଓଡ଼ିଶା ସରକାର ପ୍ରୟାସ ଜାରି କରିଛନ୍ତି । ଉକ୍ତ ରାଲିରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ଶ୍ରୀ ଶରତ ଚନ୍ଦ୍ର ବେହେରା ପତାକା ହଲାଇ ଭ୍ରାମ୍ୟମାଣ ଭ୍ୟାନ୍‌କୁ ସ୍ଵାଗତ କରିଥିଲେ । ଉକ୍ତ ରାଲିରେ ଯୋଗଦେଇଥିବା ଜିଲ୍ଲା ଶ୍ରମକମିସନର ଶ୍ରୀଯୁକ୍ତ ଚୌଧୁରୀ ସୁବ୍ରତ କୁମାର ଜେନା, ଚିନ୍ନୟୀ ପ୍ରିୟଦର୍ଶନୀ ଅତିରିକ୍ତ ଶ୍ରମକାରୀ (୨) ଶ୍ରୀଯୁକ୍ତ ବିକ୍ରମ କିଶୋର ପ୍ରଧାନ, ଅତିରିକ୍ତ ଶ୍ରମଧିକାରୀ (୩) ପଲ୍ଲବୀ ସାହୁ, ଅତିରିକ୍ତ ଶ୍ରମଧିକାରୀ (୪) ଶ୍ରୀଯୁକ୍ତ ଆଷୁତୋଷ ସାହୁ, ଡି.ସି.ପିଓ ଶ୍ରୀଯୁକ୍ତ ମନୋଜ କୁମାର ତ୍ରୀପାଠୀ ଜିଲ୍ଲାମଙ୍ଗଳ ଅଧୂକାରୀ ଶ୍ରୀ ବିକାଶ କୁମାର ମହାନ୍ତି, ଦେବାଶିଷ ରଥ ନିର୍ଦ୍ଦେଶକ ‘ରସ୍’ Uniof ସମେତ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରଦୀପ୍ତ କୁମାର ସେନାପତି ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *