ସଫେଇ କର୍ମଚାରୀଙ୍କ ଧର୍ମଘଟ । ପରିଷଦ ଅଚଂଳରେ କୁଢକୁଢ ଅଳିଆ
ସଫେଇ କର୍ମଚାରୀଙ୍କ ଧର୍ମଘଟ । ପରିଷଦ ଅଚଂଳରେ କୁଢକୁଢ ଅଳିଆ
ନିମାପଡ଼ା, (ଏ.ପି.ନ୍ୟୁଜ) ସ୍ଥାନୀୟ ପରିଷଦର ସଫେଇ କର୍ମଚାରୀମାନେ ଆଜି ସକାଳୁ ଧର୍ମଘଟ କରିବାରୁ ପରିଷଦ ବିଭିନ୍ନ ଅଞ୍ଚଳରେ ଥିବା ପ୍ରମୁଖ ସ୍ଥାନ ଗୁଡ଼ିକ ସଫା ନହୋଇ ପଡ଼ିରହିଛି । ସଫେଇ କର୍ମଚାରୀମାନେ ଆଜି ସେମାନଙ୍କ କାର୍ଯ୍ୟରେ ଯୋଗନଦେଇ ପରିଷଦ ଅଫିସରେ ଧାରଣାରେ ବସିଛନ୍ତି । ଅନ୍ୟପଟରେ ପରିଷଦର ପ୍ରମୁଖ ସ୍ଥାନରେ କୁଢକୁଢ ଅଳିଆ ଗଦା ହୋଇ ରହିଥିବାରୁ ମହାମାରି ବ୍ୟାପିବାର ଆଶଙ୍କା ଦେଖାଦେଇଛି । ପରିଷଦ ଅଞ୍ଚଳ ସଫାନହେବାରୁ ପରିଷଦର ଉପାଧ୍ୟକ୍ଷ ସନ୍ତୋଷ ଦାଶ , ପରିମଳ ଅଧିକାରୀ ବିଜୟ ଗ୍ରହଚାର୍ଯ୍ୟ, କାଉନସିଲରଙ୍କ ପ୍ରତିନିଧି ବଜେନ୍ଦ୍ର ପ୍ରଧାନ ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । । ଘଟଣାରୁ ପ୍ରକାଶ ନିମାପଡ଼ା ପରିଷଦର ବିଭିନ୍ନ ଅଚଂଳରୁ ଅଳିଆ କାଢିବା ଓ ପରିଷଦକୁ ସଫାସୁତରା ରଖିବା ଦାୟିତ୍ୱ ନେଇଛି ବଲାଙ୍ଗୀରର ରୟାଲ ସିକ୍ୟୁରିଟି ସର୍ଭିସ, ନାମକ ସଂସ୍ଥା । ଏହି ସଂସ୍ଥା ନିମାପଡ଼ାର ୩୭ ଜଣ ପୁରୁଷ ଓ ମହିଳା କର୍ମଚାରୀଙ୍କୁ ସଫେଇ କର୍ମଚାରୀ ଭାବେ ନିଯୁକ୍ତି ଦେଇଛି । ରୟାଲ ସିକ୍ୟୁରିଟି ସଂସ୍ଥା ପ୍ରତିମାସରେ ୧୧ହଜାର ୫ଶହ ଟଙ୍କା ସଫେଇ କର୍ମଚାରୀ ଙ୍କୁ ସେମାନଙ୍କର ପ୍ରାପ୍ୟ ପ୍ରଦାନ କରିବାକୁ ଚୁକ୍ତି ହୋଇଛି । ସଫେଇ କର୍ମଚାରୀମାନେ ସେମାନଙ୍କ ନିଯୁକ୍ତି ଦାତାଙ୍କୁ ଜାଣି ନଥିଲେ ମଧ୍ୟ ପରିଷଦ ମାଧ୍ୟମରେ ସଫେଇ କର୍ମଚାରୀମାନେ ମାସକୁ ମାସ ପ୍ରାପ୍ୟ ଦେବାପାଇଁ ଚୁକ୍ତି ହୋଇଛି । କିନ୍ତୁ ସଫେଇ କର୍ମଚାରୀମାନଙ୍କୁ ନିୟମିତ ଭାବେ ପ୍ରାପ୍ୟ ପାଇନଥାନ୍ତି ସଫେଇ କର୍ମଚାରୀମାନେ କହିଛନ୍ତି । ରଜ ଉତ୍ସବ ତିନିଦିନ ଧରି ପାଳିତ ହେବ, ସମସ୍ତ ପରିବାରରେ ରଜ ଉତ୍ସବକୁ ମଉଜ ମଜଲିସରେ ପାଳନ କରୁଥିବାବେଳେ ଏହି ଗରିବ ସଫେଇ କର୍ମଚାରୀମାନେ ସେମାନଙ୍କ ପ୍ରାପ୍ୟ ପାଇ ନଥିବାରୁ ପରିବାରର ପିଲାମାନଙ୍କ ପାଇଁ ନୂଆ ଡ଼୍ରେସଟିଏ କିଣିପାରିନଥିବା ସହ ରଜରେ ମଉଜ କରିବାପାଇଁ ଦୁଇବେଳା ଖାଇବାକୁ ପାଖରେ ଅର୍ଥ ନଥିବାରୁ ସେମାନଙ୍କ ପ୍ରାପ୍ୟ ପାଇବା ଦାବୀରେ ଧର୍ମଘଟ କରି କରିଛନ୍ତି । ମାସର ପ୍ରଥମ ସପ୍ତାହରେ ପ୍ରାପ୍ୟ ଦେବାର ବ୍ୟବସ୍ଥା ଥିବାବେଳେ ଜୁନ ମାସ ୧୫ ତାରିଖ ହେଲାଣି ପ୍ରାପ୍ୟ ପାଇନାହାଁନ୍ତି ।ଏକମାସ ହେବ ସେମାନଙ୍କ ପ୍ରାପ୍ୟ ମିଳି ନଥିବାରୁ ସଫେଇ କର୍ମଚାରୀ ସଂଘର ବୁଲା ଘଡ଼େଇ କହିଛନ୍ତି । ପରିଷଦ ଉପାଧ୍ୟକ୍ଷ ଶ୍ରୀ ଦାଶ ପରିମଳ କର୍ମଚାରୀ ଶ୍ରୀ ଗ୍ରହଚାର୍ଯ୍ୟ ପ୍ରତିନିଧି ଶ୍ରୀ ପ୍ରଧାନ ସଫେଇ ଆନ୍ଦୋଳନ କରିଥିବା ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ । ସଫେଇ କର୍ମଚାରୀମାନେ ପ୍ରଥମେ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉ ତାପରେ ସଫେଇ କାର୍ଯ୍ୟକରିବୁ ବୋଲି ରୋକଠୋକ ଶୁଣାଇବାପରେ ଆଜି ମଧ୍ୟାହ୍ନ ସୁଦ୍ଧା ଅଗ୍ରୀମ ୫ହଜାର ଟଙ୍କା ଦିଆଯିବ ଆସନ୍ତା ମଙ୍ଗଳବାର ଦିନ ଅବଶିଷ୍ଟ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାପରେ ସଫେଇ କାର୍ଯ୍ୟ କରିବାକୁ କର୍ମଚାରୀମାନେ ରାଜିହେବାସେହ ଧର୍ମଘଟକୁ ପ୍ରତ୍ୟାହାର କରିଛନ୍ତି । ନିମାପଡ଼ା ସ୍ମାର୍ଟ ସହରରେ ପରିଣିତ ହେବାକୁ ଉଦ୍ୟମ ଆରମ୍ଭ ହୋଇଛି କିନ୍ତିୁ ପରିଷଦ ଏକ ଯୋଜନା ବିହିନ ସହରରେ ପରିଣିତ ହୋଇଛି ।