ରାଜ୍ୟ

ପୁର୍ତ ବିଭାଗ ରାସ୍ତାରେ ତାଳିପକା କାମ

Spread It

ନିମାପଡ଼ା, (ଏପିନ୍ୟୁଜ) ପୁର୍ତବିଭାଗ ଅଧିନରେ ଥିବା ବଳଙ୍ଗା -ନିମାପଡ଼ା ୧୪ କିମିରାସ୍ତା ଖାଲଖମାରେ ପରିଣିତ ହୋଇଥିବାରୁ ରଥଯାତ୍ରା ଅବସରରେ ମରାମତିର ଆବଶ୍ୟକତା ପଡ଼ିଥିଲା । ମରାମତି କାମ ତାଳିପକା ଭାବରେ କରାଯାଉଥିବାରୁ ଯାନବାହାନର ଦୁର୍ଘଟଣାର କାରଣ ପାଲଟିଛି । ବିଭାଗ ପକ୍ଷରୁ ଟେଣ୍ଡର କରାନଯାଇ ସରକାରୀ ଦଳର ସମର୍ଥିତ ଠିକାଦାରଙ୍କୁ କାର୍ଯ୍ୟ କରିବାପାଇଁ ମୌଖିକ ଭାବେ ନିର୍ଦ୍ଦେଶ ଦିଆଯାଇଛି । ଉପଯୁକ୍ତଭାବେ କାର୍ଯ୍ୟ ହେଉନଥିବା ସ୍ଥାନୀୟ ଅଂଚଳ ବାସୀ ଅଭିଯୋଗ କରିଛନ୍ତି ରାସ୍ତାରେ ହୋଇଥିବା ଖାଲଖମାଗୁଡ଼ିକ ବିଏମ ଡ଼ବ୍ଲ୍ୟୁ ଦ୍ବାରା ସମତୁଲ କରାଯିବାପାଇଁ ନିୟମ ଥିବାବେଳେ ଦଳୀୟ ଠିକାଦାର ବିଏମ ଡ଼ବ୍ଲ୍ୟୁ ବଦଳରେ ମେଟାଲରେ ବଜୁରି ରାସ୍ତା ଉପରେ ବିଛାଇ ସମତୁଲ କରିବାପାଇଁ ଚେଷ୍ଟା ଚଳାଇଛି । ରାସ୍ତା ସମତୁଲ ହେଉନାହିଁ । ସରକାରୀ ଦଳର ସମର୍ଥକ ହୋଇଥିବାରୁ କାମର ମାନ ଠିକ ଭାବେ ତଦାରଖ କରିବାପାଇଁ ଯନ୍ତ୍ରୀ ନିର୍ଦ୍ଦେଶ ଦେଉନାହାଁନ୍ତି । ରାସ୍ତାରେ ବଜୁରୀ ପଡ଼ିଥିବାରୁ ବାଇକ ଚାଳକଙ୍କ ଚକା ରାସ୍ତରୁ ଖସି ଯାଉଥିବା ଏବଂ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏବଂ ରାସ୍ତାରେ ବଜୁରୀ ପଡ଼ିଥିବାରୁ ଯାନବାହାନ ଯାତାୟତ ସମୟରେ ବଜୁରୀ ଛିଟିକି ରାସ୍ତା କଡ଼ରେ ଥିବା ଦୋକାନରେ ପଡ଼ୁଛି ଏବଂ ବଜୁରୀ ମଧ୍ୟରେ ଥିବା ଚିପସ ଛିଟିକି ପଥଚାରୀ ମାନେ ଆହତ ହେଉଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *