ଶିଶୁପାଳଗଡସ୍ଥିତ ରଘୁନାଥ ନଗର ଉନ୍ନୟନ କ୍ଲବର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ ରଜ ମହୋତ୍ସବ ପାଳିତ ପ୍ରତିଶୃତି ଦେଇଥିଲେ ପ୍ରତିଶୃତି ପୁରଣ ହୋଇ ପାରିଲା ନାହିଁ।
ଶିଶୁପାଳଗଡସ୍ଥିତ ରଘୁନାଥ ନଗର ଉନ୍ନୟନ କ୍ଲବର ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ ରଜ ମହୋତ୍ସବ ପାଳିତ
ପ୍ରତିଶୃତି ଦେଇଥିଲେ ପ୍ରତିଶୃତି ପୁରଣ ହୋଇ ପାରିଲା ନାହିଁ।
Bhubaneswar (APNEWS) ରଘୁନାଥ ନଗର ଉନ୍ନୟନ କ୍ଲବ ପକ୍ଷରୁ ତୃତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ଓ ରଜ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ସଭାରେ ମାନ୍ୟବର ବିଧାୟକ ବାବୁ ସିଂ, ଶିଶୁପାଳ ପଞ୍ଚାୟତର ସରପଞ୍ଚ ଶ୍ରୀ ରଶ୍ମୀ ରଂଜନ ଶୀଚନ୍ଦନ, କ୍ଲବର ସଭାପତି କ୍ୟାପଟେନ ସୁନାକର ମହାପାତ୍ର, ସଂପାଦକ ଡ଼ କ୍ଷେତ୍ରମୋହନ ମିଶ୍ର, ଉପସଭାପତି ଖଟୁଆ ମଲ୍ଲିକ ଉପସ୍ଥିତ ଥିଲେ । ଏହି ମହୋତ୍ସବ ୨ଦିନ ଧରି ପାଳିତ ହୋଇଥିଲା । ଦୋଳି ଖେଳଠୁ ଆରମ୍ଭ କରି ଓଡିଆ ଅସ୍ମିତାରେ ପର୍ବ ପର୍ବାଣୀର ଭୁମିକା ଉପରେ ବକୃତା ପ୍ରତିଯୋଗିତା ସହିତ ପିଲାମାନଙ୍କ ପାଇଁ ଡ୍ରଂଇ, କୁଇଜ, ସଂଗୀତ, ନୃତ୍ୟ, ପୁଚିଖେଳ, ମିୟୁଜିକ ଚେୟାର ଓ ପିଠା ପଣାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତି ଯୋଗିତାରେ ଯୋଗ୍ୟ ବିବେଚିତ ହୋଇଥିବା ପ୍ରତିଯୋଗିମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା । କ୍ଲବର ସଭାପତି କ୍ୟାଟେନ ସୁନାକର ମହାପାତ୍ର ତାଙ୍କ ଭାଷଣରେ କଲୋନିବାସୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ମାନ୍ୟବର ବିଧାୟକଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଏହାର ନିରାକରଣ ଦିଗରେ ଶୀଘ୍ର ଏବଂ ସଠିକ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ । ଗତ ବର୍ଷ ମଧ୍ୟ ଏହି ଉତ୍ସବ ପାଳନ ସମୟରେ କଲୋନୀର ବିଭିନ୍ନ ସମସ୍ୟା ଉପରେ ବିଧାୟକଙ୍କର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ବିହିତ ପ୍ରତିକାର ନିମନ୍ତେ ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ପ୍ରତିଶୃତି ପୁରଣ ହୋଇ ପାରିଲା ନାହିଁ।
ଏ ଅଂଚଳରେ ବସବାସ କରୁଥିବା ଲୋକମାନେ ରାସ୍ତା ଓ ଡ୍ରେନେଜ ପାଇଁ ବହୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ପିଇବାପାଣି ପାଇଁ ନିଜସ୍ୱ ନଳକୂପ ଖନନ କରି ତା ଉପରେ ଲୋକମାନେ ନିର୍ଭରଶୀଳ । ଗ୍ରାମ ଜଳ ଯୋଗାଣ ଯୋଜନା ପ୍ରକଳ୍ପରେ, ଶିଶୁପାଳଗଡ ସ୍ଥିତ ରଘୁନାଥ ନଗରକୁ ସାମିଲ କରି, ଘରେ ଘରେ ପିଇବା ପାଣି ପହଂଚାଇବା ନିହାତି ଦରକାର । ଶିଶୁପାଳଗଡ ଭୂବନେଶ୍ୱର ସହରର ଉପକଣ୍ଠରେ ଅବସ୍ଥିତ ଥିଲେ ମଧ୍ୟ ଭୂବନେଶ୍ୱର ମହାନଗର ନିଗମରେ ଅନ୍ତର୍ଭୁକ୍ତ ନ ହୋଇଥିବାରୁ ବର୍ଜ୍ୟବସ୍ତୁର ପରିଚାଳନାର କୌଣସି ପ୍ରଭାବୀ ଯୋଜନା ଅଭାବରୁ କଲୋନୀର ପରିବେଶ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ହୋଇପଡିଛି ବୋଲି ତାଙ୍କ ଭାଷଣରେ ସଭାପତି ମାନ୍ୟବର ବିଧାୟକଙ୍କୁ ଜଣାଇଥିଲେ । ମାନ୍ୟବର ବିଧାୟକ ତାଙ୍କର ଭାଷଣରେ ସମସ୍ତ ଦାବୀକୁ ପୁରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ମହିଳାମାନେ ମାନ୍ୟବର ବିଧାୟକ ବାବୁ ସିଂଙ୍କୁ ରଜର ପୋଡପିଠା ଖୁଆଇଥିଲେ । ସ୍ୱେତାପଦ୍ମା ନାୟକ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ଶେଷ କରିଥିଲେ ।