ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ନିମାପଡ଼ା;୧୮/୬(ଏପି ନ୍ୟୁଜ) ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ରାୟପୁର ଟାଉନରେ ଗାଡ଼ି ପଛରୁ ପିଟିଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି । ଯୁବକଙ୍କୁ ବୟସ ମାତ୍ର ୩୪ ବର୍ଷ । ଯୁବକଙ୍କ ନାମ ସଂଜୟ କୁମାର ସାହୁ ତାଙ୍କ ଘର ନିମାପଡା ବ୍ଲକ୍ ଅନ୍ତର୍ଗତ ହରିପୁର ଗ୍ରାମରେ। ସେ ଛତିଶଗଡ଼ ରାୟପୁର କୋଟାକ୍ ମହେନ୍ଦ୍ରା କମ୍ପାନୀ ରେ ପରିଚାଳକ ଥିଲେ । ଚାକିରୀ କ୍ଷେତ୍ରକୁ ଯାଉଥିବା ବେଳେ ରାୟପୁର ସହର ଭିତରେ ଏକ ଗାଡି ତାଙ୍କୁ ଧକ୍କା ମାରିଥିଲା । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି । ଯୁବକଙ୍କୁ ରାୟପୁର ନିକଟସ୍ଥ ଦାକ୍ତରଖାନାକୁ ନେଇକି ଯିବା ପରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହିତ ନିମାପଡ଼ା ହରିପୁର ଗ୍ରାମକୁ ତାଙ୍କ ମୃତ ଶରୀରକୁ ଆସୁଥିବା ସୂଚନା ମିଳିଛି । ସହ ପରିବାର ଲୋକଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।
