ରାଜ୍ୟ

ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ

Spread It

ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଅନୁଷ୍ଠିତ।
ପୁରୀ (ଏପିନ୍ୟୁଜ)୧୮/୬ ପ୍ରାକୃତିକ ବିପର୍ଯ୍ୟୟ ଅପ୍ରତ୍ୟାଶିତ ଭାବେ ହିଁ ସଂଗଠିତ ହୋଇଥାଏ।ଏହା କୌଣସି ସମୟରେ ମଧ୍ୟ ହୋଇପାରେ। ପ୍ରାକୃତିକ ବିପର୍ଯ୍ୟୟ କୁ ରୋକା ଯାଇ ପାରିବ ନାହିଁ।କିନ୍ତୁ ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଦ୍ବାରା ଧନଜୀବନ ହାନି ଓ କ୍ଷୟକ୍ଷତି କୁ ରୋକିବା ସହ ବିପର୍ଯ୍ୟୟ କୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା ସମ୍ପର୍କରେ ଏକ ଟେବୁଲ ଟପ ଏକ୍ସସରସାଇଜ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ପୁରୀ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଗଣିତ।ବିଶେଷ କରି ବନ୍ୟା, ବାତ୍ୟା ଚିର ସହଚର ହୋଇ ଥିବାରୁ ଏଥିପାଇଁ ସମସ୍ତେ ଅଭିଜ୍ଞତା ଓ ଅନୁଭବ ଆଧାରରେ ସତର୍କ ରହିବାକୁ ସେ ମତ ଦେଇଥିଲେ ।୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା, ନିୟମିତ ସତର୍କତା ସୂଚନା ଉପରେ ଦୃଷ୍ଟି ରଖିବା, ସେହି ଆଧାର ରେ ଲୋକ ମାନଙ୍କୁ ସଚେତନ କରାଇବା, ବିପର୍ଯ୍ୟୟ ପରିଚାଳନା ମାର୍ଗଦର୍ଶିକା କୁ ପାଳନ କରିବା, ଲୋକ ପ୍ରତିନିଧି, ସ୍ବେଛାସେବୀ ଓ ସାଧାରଣ ଲୋକ ମାନଙ୍କ ସହ ଯୋଗାଯୋଗ ରେ ରହିବା ଉପରେ ଆଲୋକପାତ କରାଯାଇଥିଲା।

Leave a Reply

Your email address will not be published. Required fields are marked *