ହଇଜାରୋଗ ବ୍ୟାପୁଥିବାରୁ ପାନୀୟଜଳ ର ପରୀକ୍ଷଣ
ହଇଜାରୋଗ ବ୍ୟାପୁଥିବାରୁ ପାନୀୟଜଳ ର ପରୀକ୍ଷଣ
ନିମାପଡା: ୧୮/୬(ଏପିନ୍ୟୁଜ) ନିମାପଡା ଏନ୍.ଏ.ସି ର ପ୍ରତ୍ୟେକ ୱାର୍ଡରେ ୱାଟ୍କୋ କମ୍ପାନୀ ପକ୍ଷରୁ ସପ୍ଲାଏ ପାଣିର ନମୂନା ସଂଗ୍ରହ କରିଛନ୍ତି। ହଇଜା ରୋଗ ବ୍ୟାପୁ ଥିବାରୁ ଏହି ପରୀକ୍ଷା କରାଯାଇଛି। ପରୀକ୍ଷାର୍ଥୀ ମାନେ ସୁପର କ୍ଲୋରିନେସନ ଏବଂ ରେସିଡୁଆଲ୍ କ୍ଲୋରିନେସନ ଦ୍ବାରା ବିଭିନ୍ନ ସ୍ଥାନରେ ପରୀକ୍ଷା କରିଛନ୍ତି। ଦିନ ସାରା ୱାଟକୋ କର୍ମୀମାନେ ଘର ଘର ବୁଲି ପରାମର୍ଶ ନେଇଥିଲେ। ସପ୍ଲାଏ ପାଣିରେ ବ୍ଲିଚିଂ ମିଶାଇ ପାଣିକୁ ଶୁଦ୍ଧିତ କରିଥିଲେ।

