ରାଜ୍ୟ

ବାସୁମତୀ ସ୍ନାନରେ ମଲ୍ଲିପୁର ଗ୍ରାମକୁ 3 କୋଟିର ରାସ୍ତା ଭେଟିଦେଲେ ସାଂସଦ ଅପରାଜିତା ଆଉ ବୁଲିବାକୁ ପଡ଼ିବନି ଖୋର୍ଦ୍ଧା-ଟାଙ୍ଗୀ ଦେଇ 25 କିଲୋମିଟର

Spread It

ବାସୁମତୀ ସ୍ନାନରେ ମଲ୍ଲିପୁର ଗ୍ରାମକୁ 3 କୋଟିର ରାସ୍ତା ଭେଟିଦେଲେ ସାଂସଦ ଅପରାଜିତା
ଆଉ ବୁଲିବାକୁ ପଡ଼ିବନି ଖୋର୍ଦ୍ଧା-ଟାଙ୍ଗୀ ଦେଇ 25 କିଲୋମିଟର

ସମସ୍ୟା ଦୂର କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । 17 ଜୁନ୍ ବସୁମତି ସ୍ନାନ ଠାରୁ ମାଜେଣା ଠାରୁ ବନ୍ତଳ ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ମାନ୍ୟବର ସାଂସଦଙ୍କ କରକମଳରେ କରାଯାଇଛି । ଗତ ନଭେମ୍ବର 2023ରେ ମଲ୍ଲିପୁର ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସାଂସଦ ମହାଶୟା ଏହି ଗ୍ରାମ ପରିଦର୍ଶନରେ ଆସି, ରାସ୍ତା ସମସ୍ୟା ନେଇ ନିଜେ ଅନୁଭବ କରିଥିଲେ । ଗମନାଗମନ ସମସ୍ୟାଟିକୁ ସାଂସଦ ମହାଶୟ ନିଜେ ହୃଦୟଙ୍ଗମ କରିଥିଲେ । ଏହି ରାସ୍ତା ଉପରେ 7ଟି ପଂଚାୟତ ନିର୍ଭର କରନ୍ତି । ପୂର୍ବରୁ ଭୁବନେଶ୍ବର, ଖୋର୍ଦ୍ଧା, ଟାଙ୍କୀକୁ ଏହି ରାସ୍ତା ଦେଇ ଯାତାୟତ କରିବା ଦୀର୍ଘ ଘଣ୍ଟା ଲାଗୁଥିଲା । ପୂର୍ବରୁ ଏହି ରାସ୍ତାଟି ଜଙ୍ଗଲ ପରିବେଶ ବିଭାଗ ଅଧିନରେ ରହିଥିଲା ।

ଫଳରେ ଏହି ରାସ୍ତାର ଆଧୁନିକିକରଣ କରିବା ସମ୍ଭବ ହେଉନଥିଲା । ଭୁବନେଶ୍ବର ସାଂସଦ ମହାଶୟାଙ୍କ ଉଦ୍ୟମରେ ତତ୍କାଳିନ ଜଙ୍ଗଲ ଓ ପରିବେଶ ବିଭାଗ ଅଧିକାରୀ ଏବଂ ବର୍ତ୍ତମାନର ଜଙ୍ଗଲ ପରିବେଶ ବିଭାଗ ଅଧିକାରୀଙ୍କ ସହ କଥା ହେବା ପରେ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନକୁ ଆସିଥିଲା । ଏହା ପରେ ଏହି ରାସ୍ତା ନିର୍ମାଣ ପାଇଁ ପ୍ରାୟ 3 କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଛି । 3 କିମି ଦୀର୍ଘ ରାସ୍ତାକୁ ଆସନ୍ତା 9 ମାସ ଭିତରେ ରାସ୍ତା କାମ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସାଂସଦ ମହୋଦୟା ନିର୍ଦ୍ଦେଶ ଦେଇଛନ୍ତି ।

ଏହି 3 କିମି ରାସ୍ତା ପୂରଣ ହେବା ପରେ ଏହି ଲୋକଙ୍କୁ ଆଉ ପୂର୍ବପରି ଘଣ୍ଟା ଘଣ୍ଟା ରାସ୍ତା ସମସ୍ୟାରେ ପଡିବାକୁ ପଡିବନି, ଡାକ୍ତରଖାନା ଯିବାକୁ ଖୋର୍ଦ୍ଧା ଦେଇ 25 କିଲୋମିଟର ବାଟ ଅଧିକ ବୁଲିବାକୁ ପଡୁଥିଲା, ତାହା ଆଉ ହେବନାହିଁ । ଏହି 3 କିଲୋମିଟର ରାସ୍ତା ପୂରଣ ହେଲେ ଆଉ ଖୋର୍ଦ୍ଧା-ଟାଙ୍ଗୀ ଦେଇ ଅଧିକ 25 କିମି ବାଟ ବୁଲି ବୁଲି ଯିବାକୁ ପଡିବନାହିଁ । ସ୍କୁଲ କଲେଜ ଯିବାରେ ମଧ୍ୟ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କ ଦୁଃଖ ଦୂର ହେବ ।
ଏହି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ଭୁବନେଶ୍ବର ସାଂସଦ ମାଡାମ ଅପରାଜିତା ଷଡଙ୍ଗୀ କହିଥିଲେ, ରାଜନୀତି ମାନେ ହେଉଛି ବିକାଶ ଏବଂ ବିକାଶ କରିବା ପାଇଁ ମୁଁ ରାଜନୀତିକୁ ଆସିଛି । ପ୍ରତିଟି ପଂଚାୟତରେ ଆଗାମୀ 4 ବର୍ଷ ଭିତରେ ସାଂସଦଙ୍କ ପାଣ୍ଠିରୁ 5 ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଯୁବକମାନଙ୍କ ପାଇଁ ଲାଇବ୍ରେରୀ ନିର୍ମାଣ ହେବ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ବରଂଜନ ବଡଜେନା, ମଲ୍ଲିପୁର ଗ୍ରାମର ବରିଷ୍ଠ ନାଗରିକ ରାମ ବାବୁ, ସରପଂଚ ସୁଧାଂଶୁ ସେଠୀ, ସମିତିସଭ୍ୟ ଲିଲି ବେହେରା, ଗ୍ରାମ୍ୟ ଉନ୍ନୟନ ବିଭାଗ ଏକଜିକୁଟିଭ ଇଂଜିନିୟର ଅଶୋକ କୁମାର ବେହେରା ଏବଂ ଶତାଧିକ ଜନତା ଯୋଗ ଦେଇଥିଲେ । ଭୁବନେଶ୍ବର ସାଂସଦଙ୍କ ଉଦ୍ୟମକୁ ମଲ୍ଲିପୁର ଗ୍ରାମବାସୀ ଭୂୟଶୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *