ରାଜ୍ୟ

ବିଧାୟକ ଏବଂ ସାସଂଦଙ୍କୁ ସଭ୍ୟ କରିବାକୁ ଦାବୀ

Spread It

ନିମାପଡ଼ା,୨୦/୬(ଏପିନ୍ୟୁଜ) ଶହୀଦ ସ୍ମୃତି ସଂସଂଦର ସଭ୍ୟଭାବେ ନେବାକୁ ସ୍ବାଧୀନତା ସଂଗ୍ରାମୀ ଦୟାଦ ସଂଘ ପକ୍ଷରୁ ଦାବୀ କରାଯାଇଛି। ଏ ସଂପର୍କରେ ଉକ୍ତ ସଂଘର ସଭାପତି ଆର୍ତ୍ତବନ୍ଧୂ ସେନାପତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ସ୍ବାଧୀନତା ସଂଗ୍ରାମୀ ମାନଙ୍କର ଶହୀଦ ସ୍ମୃତି ସଂସଦ ନାମରେ ଏକ ସଙ୍ଗଠନ ରହିଛି। ସଂଘ ଆଇନ ଅନୁସାରେ ନିମାପଡ଼ାର ବିଧାୟକ ଏବଂ ଜଗତସିଂପୁର ସାସଂଦ ସଭ୍ୟ ରହିପାରିବେ। ଏହି ସଘଂରେ ସଭ୍ୟଥିବା ଅନେକ ଉକ୍ତ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ନୁହଁନ୍ତି।  ନୂତନ ବିଧାୟକ ଏବଂ ସାସଂଦ ନିର୍ବାଚିତ ହେବାର ୧ବର୍ଷ ପୂରଣ ହେଲାଣି ସେହି ଦୁଇ ଜଣ ବ୍ୟକ୍ତି ବି‌ଶେଷ ଙ୍କୁ ସଭ୍ୟଭାବେ ଗ୍ରହଣ କରିବାକୁ  ଶହୀଦ ସ୍ମୃତି ସଂସଦ ସଂପାଦକ ନିମନ୍ତ୍ରଣ କରୁନଥିବାରୁ ବୁଦ୍ଧିଜିବୀ ମହଲରେ ପ୍ରତିବାଦର ସ୍ବର ଉଠିଛି। ସ୍ବାଧୀନତା ସଂଗ୍ରାମୀ ଦାୟଦ ସଂଘର ସଭାପତି ଶ୍ରୀ ସେନାପତି କହିଛନ୍ତି ୨୦୦୯ ମସିହାରେ ଶହୀଦ ସ୍ମୃତି ସଂସଦର ବାୟଲରେ ସଂଶୋଧନ କରାଯାଇ ସ୍ଥାନୀୟ ବିଧାୟକ ଏବଂ ସାସଂଦଙ୍କୁ ସଭ୍ୟ ଭାବେ ଗ୍ରହଣ କରିବାକୁ ଉଲେଖ ରହିଛି। ଲ’ରେ ଉଲ୍ଲେଖ ଥିବା ବର୍ତ୍ତମାନର ନିମାପଡ଼ା ବିଧାୟକ ତଥା ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଜଗତସିଂପୁର ସାସଂଦଭାବେ ବିଭୂପ୍ରସାଦ ତରାଇ ନିର୍ବାଚିତ ହୋଇଛନ୍ତି। ମର୍ଯ୍ୟାଦା ଜନକ ପଦବୀରେଥିବା ଦୁଇ ବିଧାୟିକା ଏବଂ ସାସଂଦଙ୍କୁ ସଭ୍ୟଙ୍କୁ ଗ୍ରହଣ କରିବାକୁ ଶହୀଦ ସ୍ମୃତି ସଂସଦ ସଂପାଦକଙ୍କ ନିକଟରେ ଦାବୀ ଶ୍ରୀ ସେନାପତି ଦାବୀ କରିଛନ୍ତି ଏବଂ ପୁରୀ ଏଡ଼ିଏମ ହସ୍ତକ୍ଷେପ କରିବାକୁ ଶ୍ରୀ ସେନାପତି ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *