ନିମାପଡ଼ା ସ୍ୱୟଂ ଚାଳିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ
ନିମାପଡ଼ା ସ୍ୱୟଂ ଚାଳିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ
ନିମାପଡ଼ା,(ଏ.ପି ନ୍ୟୁଜ) ସ୍ଥାନୀୟ ନିମାପଡ଼ାସ୍ୱୟଂ ଚାଳିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। କଳେଜ ଅଧ୍ୟକ୍ଷା ଅମିତା ମହାନାୟକ ଯୋଗଦେଇ ଯୋଗ ଆପଣାନ୍ତୁ ନିରୋଗ ରହିବାକୁ ଆହ୍ୱାନ ଦେବାସହ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ଗହଣରେ ବସି ଯୋଗ କରିଥିଲେ। ଯୋଗ ଦିବସ ପାଳନ ଅବସରରେ କଲେଜର ଜାତୀୟ ସେବା ସଂସ୍ଥା ପକ୍ଷରୁ କଲେଜ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟାପକ ସୁବ୍ରତ ମହାନ୍ତି, ପ୍ରଶାସନିକ ଅଧିକାରୀ ରବିନ୍ଦ୍ର ପାଢୀ , ବିଜ୍ଞାନଗାର ସହକାରୀ ଅଶୋକ ସ୍ୱାଇଁ ପ୍ରମୁଖ ସମେତ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ।

