ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର
ପିପିଲି,୨୩/୬(ଏପିନ୍ୟୁଜ): ପିପିଲି ମାରୱାଡ଼ି ଯୁବ ମଂଚ ଓ ଆନ୍ତର୍ଜାତୀୟ ଅଗ୍ରୱାଲ ମହାସଙ୍ଗଠନ ମିଳିତ ଆନୁକୁଲ୍ୟରେ ପିପିଲି ଠାରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରୀପାଠୀ ପିପିଲି ଏନଏସିର ପୂର୍ବତନ ଉପନଗରପାଳ ସୁକାନ୍ତ ଭଟ୍ଟ ପ୍ରମୁଖ ଅତିଥିଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ୨୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଭୁବନେଶ୍ୱର ମହାନଗର ନିଗମ ରକ୍ତଭଣ୍ଡାରର ଡାକ୍ତର କଲ୍ୟାଣ କୁମାର ସରକାର, ସ୍ୱାସ୍ଥ୍ୟ ପରାମର୍ଶଦାତା ସଂଘମିତ୍ରା ସ୍ୱାଇଁ ଏବଂ ତାଙ୍କ ଟିମ ରକ୍ତ ସଂଗ୍ରହ କରିଥିଲେ । ମାରୱାଡ଼ି ଯୁବ ମଞ୍ଚର ସଭାପତି ଅଶ୍ୱିନୀ ଅଗ୍ରୱାଲ, ସଂଯୋଜକ ମୁନୁ ଅଗ୍ରୱାଲ, ଉପଦେଷ୍ଟା ଅଜୟ ଅଗ୍ରୱାଲ, ସଂଜୀବ ଅଗ୍ରୱାଲ ଓ ଆନ୍ତର୍ଜାତୀୟ ଅଗ୍ରୱାଲ ମହା ସଂଗଠନ ପିପିଲି ଶାଖାର ଅଧ୍ୟକ୍ଷା ଆଇନଜିବୀ ବବିତା ଅଗ୍ରୱାଲ ପ୍ରମୁଖ ଏହି ଶିବିର ପରିଚାଳନା କରିଥିଲେ ।
