ରାଜ୍ୟ

ରଥଯାତ୍ରରେ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ୨୪ ଘଣ୍ଟିଆ ସେବା

Spread It

ରଥଯାତ୍ରରେ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ୨୪ ଘଣ୍ଟିଆ ସେବା

ସ୍ଥାନୀୟ ଉତ୍କଳ ବାଳାଶ୍ରମ ପରିସରରେ ୩୦ଜଣ ସ୍ବେଛାସେଵୀଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ରଥଯାତ୍ରରେ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ଉଦ୍ଧାର ଥଇଥାନ କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଶିଶୁ ମଙ୍ଗଳ ସମିତି କାର୍ଯ୍ୟଳୟ ରେ କାର୍ଯ୍ୟ କରିବ। ଏହା ସହିତ ଚାଇଲଡ ହେଲ୍ପ ଲାଇନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ମlନେ ସ୍ଥିତି ଉପରେ ନିରନ୍ତର ନଜର ରଖିବେ ଓ ଶିଶୁ ମାନଙ୍କ ସୁରକ୍ଷା କୁ ନିଷ୍ପତ୍ତି କରିବେ। ପୂର୍ବ ବର୍ଷ ଭଳି ଶିଶୁ ମାନଙ୍କ ସୁବିଧା ନିମିତ୍ତ ଶିଶୁ ସୁଲଭ ପୂର୍ଣ୍ଣ ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରାଯାଇଛି ଓ ଅନଲାଇନ ଉପସ୍ଥାପନା ନିମନ୍ତେ ନିଷ୍ପତ୍ତି ହୋଇଛି। ତୁରନ୍ତ ସେବା ପ୍ରଦାନ ସହିତ ଶିଶୁ ମାନଙ୍କ ସୁରକ୍ଷା ଥିବା ସବୁ ପ୍ରତିବନ୍ଧକ ଗୁଡିକୁ ଦୁରେଇ ଦେବାକୁ ଯୋଜନା କରାଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ସଚିବ ପ୍ରଭାତ କୁମାର ସାହୁ, ଶିଶୁ ମଙ୍ଗଳ କମିଟି ର ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର, ୟୁନିସେଫ ର ପରାମର୍ଶ ଦାତା ଚକ୍ରଧର ସାହୁ, ଘାସିରାମ ପଣ୍ଡା, ଶିଶୁ ମଙ୍ଗଳ କମିଟି ର ସଦସ୍ୟ ରୁଦ୍ଧି ସୁନ୍ଦର ମିଶ୍ର, ଉପେନ୍ଦ୍ର ବିଶ୍ୱାଳ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ସ୍ବେଛାସେବୀ ଙ୍କୁ ଦିଗଦର୍ଶନ ପ୍ରଦାନ କରିଥିଲେ। ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା କମଳା ମହାରଣା, ହରେକୃଷ୍ଣ ସାହୁ, ବିଜୟ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *