ରାଜ୍ୟ

ଟ୍ରାକ୍ଟର ଓଲଟି ଚାଳକ ମୃତ

Spread It

ଟ୍ରାକ୍ଟର ଓଲଟି ଚାଳକ ମୃତ

(ଏପିନ୍ୟୁଜ) ପିପିଲି ଥାନା ଜଗନ୍ନାଥପୁର ଡଗରା ସାହିର ଟ୍ରାକ୍ଟର ଚାଳକ ରାହୁଲ ବିଶ୍ୱାଳ (୨୦) ଙ୍କର ମୃତ୍ୟୁ ଘଟିଛି । ପୁଲିସର ସୂଚନା ଅନୁସାରେ ଜଗନ୍ନାଥପୁର ନିକଟ ଭାର୍ଗବୀ ନଦୀର ବେଆଇନ ବାଲି ଘାଟରୁ ବିଳମ୍ବିତ ରାତିରେ ବାଲି ଚୋରା ଚାଲାଣ ବେଳେ ଏହି ଅଘଟଣ ଘଟିଛି । ଘାଟରୁ ବାଲି ବୋଝେଇ କରି ଉକ୍ତ ଟ୍ରାକ୍ଟର ଭାର୍ଗବୀ ନଦୀ ବନ୍ଧକୁ ଉଠୁଥିବାବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟର ନଦୀ ବନ୍ଧରୁ ତଳକୁ ଓଲଟି ପଡିଥିଲା । ଫଳରେ ଟ୍ରାକ୍ଟର ତଳେ ଚିପି ହୋଇ ରାହୁଲ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା କୁହାଯାଉଛି । ମୃତକଙ୍କ ପରିବାର ଲୋକେ ରାହୁଲଙ୍କୁ ପିପିଲି ହସ୍ପିଟାଲ ଆଣିଥିଲେ । ତେବେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିବାରୁ ପରିବାର ଲୋକେ ଶବ ଘରକୁ ନେଇ ସତ୍କାର କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଖବର ପାଇ ପୁଲିସ ଡଗରାସାହିରେ ପହଂଚି ଶବ ଜବତ କରିଛି ।

Leave a Reply

Your email address will not be published. Required fields are marked *