ରାଜ୍ୟ

ଛାତ୍ରୀ ଓ ମହିଳାମାନଙ୍କ ଦୁଷ୍କର୍ମ ହତ୍ୟାଘଟଣାକୁ ନେଇ ଯୁବଛାତ୍ର ଓ ବିଜେଡି ପକ୍ଷରୁ ବିକ୍ଷୋଭ

Spread It

 ମହିଳା ଓ ଛାତ୍ରୀ ମାନଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ବିଜେଡ଼ି ଛାତ୍ର ଯୁବକମାନଙ୍କ ପ୍ରତିବାଦ ସଭା

ନିମାପଡା,(ଏପିନ୍ୟୁଜ) ବିଜେଡ଼ି ଛାତ୍ର ଓ ଯୁବକମାନେ ଆଜି ପାଳିଛନ୍ତି ସମ୍ବିଧାନ ହତ୍ୟା ଦିବସ। ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାରର ଏକବର୍ଷରେ ଛାତ୍ରୀ ଓ ମହିଳା ମାନଙ୍କ ଉପରେ ଅସଦାଚରଣ, ଦୁଷ୍କର୍ମ ଓ ହତ୍ୟା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥା କୁ ନେଇ ଆଜି ନିମାପଡ଼ା ବିଜୁ ଛାତ୍ର – ଯୁବ ଜନତା ଦଳ ତରଫରୁ ନିମାପଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବିଜେପି ସରକାରଙ୍କ ବିରୁଦ୍ଧରେ ପ୍ରତିବାଦ ଏବଂ ବିକ୍ଷୋଭ କରାଯିବା ସହିତ କୁଶପୁତ୍ତଳିକା ଦାହ କରାଯାଇଛି। ଛାତ୍ର ନେତା ଓମକାର ମହାପାତ୍ର, ଲିପ୍ତିରଞ୍ଜନ ସାହୁ, ରୁଦ୍ର ବରାଳ ଓ ରାକେଶ ବାରିକ ନେତୃତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନସ ପ୍ରଧାନ, ଦିଲ୍ଲିପ ପାତ୍ର, ଚିନ୍ତାମଣି ବରାଳ, ତପନ ପ୍ରଧାନ, ସୌମ୍ୟରଞ୍ଜନ ପରିଜା, ଗୁଡୁ ନାୟକ ସିଦ୍ଧାନ୍ତ ଜେନା କୁମାର ସୋମେନ୍ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

Leave a Reply

Your email address will not be published. Required fields are marked *