ରାଜ୍ୟ

ନିମାପଡ଼ାରେ ବିଜେପି ଗୋଷ୍ଠୀ କନ୍ଦଳ ତୀବ୍ର ହେଲା। ପ୍ରଭାତୀ ପରିଡ଼ାଙ୍କୁ ଉପେକ୍ଷାକରି ବିଦ୍ରୋହୀ ଗୋଷ୍ଠୀ ସହ ମଧ୍ୟାହ୍ନ ଭୋଜନ କଲେ

Spread It

ନିମାପଡ଼ାରେ ବିଜେପି ଗୋଷ୍ଠୀ କନ୍ଦଳ ତୀବ୍ର ହେଲା। ପ୍ରଭାତୀ ପରିଡ଼ାଙ୍କୁ ଉପେକ୍ଷାକରି ବିଦ୍ରୋହୀ ଗୋଷ୍ଠୀ ସହ ମଧ୍ୟାହ୍ନ ଭୋଜନ କଲେ

ନିମାପଡ଼ା, ୨୬/୬(ଏପିନ୍ୟୁଜ) ଆଜି ପଚାଂୟତି ରାଜ ବିଭାଗ ମନ୍ତ୍ରୀ ରବି ନାୟକ ନିମାପଡ଼ା ପୂର୍ତ ଡ଼ାକବଙ୍ଗଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଉପେକ୍ଷାକରି ତାଙ୍କୁ ବିରୋଧକରୁଥିବା ସମୀର ଦାଶଙ୍କ ଗୋଷ୍ଠୀ ସହ ମଧ୍ୟାହ୍ନ ଭୋଜନ କରିବାକୁ ନେଇ ନିମାପଡ଼ା ବିଜେପି ରାଜନୀତି ଚଳଚଂଚଳ ହୋଇପଡ଼ିଛି। ମନ୍ତ୍ରୀ ରବିନାୟକଙ୍କୁ ସ୍ୱାଗତ ତୋରଣ ରେ ନିମାପଡ଼ାର ବିଜେପି ନେତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ନାମ ନଥାଇ ଦଳରେ ଯୋଗଦେଇଥିବା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ତୋରଣ ନିର୍ମାଣ ବ୍ଲକ ଛକରେ କରାଯାଇଥିବାକୁ ସୁଚିନ୍ତିତ ଉପାୟରେ ରାଜନୀତିର ଗୋଟି ଚାଳନା କରାଯାଇଛି। ସ୍ଥାନୀୟ ବିଜେପିର କୌଣସି କର୍ମକର୍ତା ପଚାଂୟତ ରାଜ ମନ୍ତ୍ରୀଶ୍ରୀ ନାୟକ ଗ୍ରସ୍ତ ସଂପର୍କରେ ଜାଣିନଥିବା କହିଥିଲେ। ବିଜେପି ନଗର ମଣ୍ଡଳ ସଭାପତି ନିରଞ୍ଜନ ନାୟକ ,ଏବଂ ବରିଷ୍ଠ ନେତା ଯଚିନ୍ଦ୍ର ସ୍ୱାଇଁ ପଚାରିବାରୁ ଆମ୍ଭମାନଙ୍କୁ ଜଣାନାହିଁ ବୋଲି ପୃଥକପୃଥକଭାବେ ମତାମତ ଦେଇଥିଲେ। ସୂଚନାଯୋଗ୍ୟ ମନ୍ତ୍ରୀ ରବିନାୟକ ଅସ୍ତରଙ୍ଗ ବ୍ଲକର ତାଳଦା ଠାରେ ଦେବୀନଦୀ ଉପରେ ଏକ ପୋଲ ଉଦଘାଟନ କରିବାକୁ ପୁରୀରୁ ଅସ୍ତରଙ୍ଗ ଗ୍ରସ୍ତ କରିଥିଲେ। କିନ୍ତୁ ତାଙ୍କର ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ନିମାପଡ଼ା ପୂର୍ତ୍ତ ଡ଼ାକବଙ୍ଗଳାରେ ଆୟୋଜନ କରାଯାଇଥିଲା। ଆୟୋଜିତ ମଧ୍ୟାହ୍ନ ଭୋଜନରେ ମନ୍ତ୍ରୀ ଶ୍ରୀ ନାୟକ ଯୋଗଦେଇଥିଲେ। ତାଙ୍କୁ ବିଜେପିଦଳର ଏବଂ ପ୍ରଭାତୀ ପରିଡ଼ାଙ୍କୁ ବିରୋଧ କରୁଥିବା ସମୀର ଦାଶଙ୍କ ଗୋଷ୍ଠୀ ଦଳନେଇ ସ୍ୱାଗତ କରିଥିଲେ। ଏମାନଙ୍କ ମଧ୍ୟରେ ଥିଳେ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲାପରିଷଦ ସଭ୍ୟ ପ୍ରଦିପ୍ତ ଖଟେଇ ସମେତ ଅନେକ କର୍ମୀ ପ୍ରମୁଖ। । ବ୍ଲକର ବିଡ଼ିଓ ଆଜି ଅନୁପସ୍ଥିତ ଥିଲେ ତାଙ୍କ କର୍ମଚାରୀମାନେ ମନ୍ତ୍ରୀଙ୍କ ଗ୍ରସ୍ତ ସଂପର୍କରେ ଅଜ୍ଞ ଥିଲେ। ପଚାଂୟତରାଜ ବିଭାଗ ମନ୍ତ୍ରୀ ରବି ନାୟକଙ୍କ ପାଇଁ ମଧ୍ୟାହ୍ନ ଭୋଜନ ନିମାପଡ଼ାରେ କରିବା ଘଟଣାକୁ ବିଜେପିର ତୀବ୍ରଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଛି। ବିଜେପି କୁ ଅଜ୍ଞାତରେ ରଖି ନିମାପଡ଼ା ରେ ମନ୍ତ୍ରୀ ନାୟକ ମଧ୍ୟାହ୍ନଭୋଜନ କରିବାକୁ ନେଇ ସ୍ଥାନୀୟ ବିଜେପି ନେତା ଓ କର୍ମୀ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି। ଜଣେ ବିଜେପି ନେତା କହିଛନ୍ତି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପୋଲ ଅସ୍ତରଙ୍ଗ ଅଞ୍ଚଳରେ ଉଦଘାଟନ ହେଉଥିଲା। କାକଟପୁର ଅସ୍ତରଙ୍ଗରେ ରେ କୌଣସି ସ୍ଥାନ ନାହିଁ ଯେ ମନ୍ତ୍ରୀଙ୍କୁ ନିମାପଡ଼ା ର ନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଗଚୋରରେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରାଗଲା ତାହାକୁ ସହଜେ ବିଜେପି ଗ୍ରହଣ କରିପାରୁନଥିବା ଜଣାପଡ଼ିଛି । ଉପମୁଖ୍ୟମନ୍ତ୍ରୀ ଓ ବିଜେପି ପ୍ରବକ୍ତାଙ୍କ ମଧ୍ୟରେ ଛକାପଞ୍ଝା ଲାଗିରହିଛି।

Leave a Reply

Your email address will not be published. Required fields are marked *