ନିଶାମୁକ୍ତି ଭାରତ ଅଭିଯାନ ସଚେତନତା ପଦଯାତ୍ରା
ନିଶାମୁକ୍ତି ଭାରତ ଅଭିଯାନ ସଚେତନତା ପଦଯାତ୍ରା
ନିମାପଡ଼ା,(ଏ.ପି ନ୍ୟୁଜ)ନିଶାମୁକ୍ତି ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଏବଂ ରାଲି, ପଦଯାତ୍ରା ଓ ଆଲୋଚନା ଚକ୍ର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମକୁ ପିଙ୍ଗଳାକ୍ଷୀ ୱେଲଫାୟାର ଅର୍ଗାନାଇଜେସନ ଓ ଅବକାରୀ ବିଭାଗ ମିଳିତ ଭାବେ ଆୟୋଜନ କରିଥିଲେ। ନିଶାମୁକ୍ତି ପଦଯାତ୍ରା ପିଙ୍ଗଳାକ୍ଷୀ ବିଇଡ଼ି କଲେଜର ଛାତ୍ରଛାତ୍ରୀମାନେ ଦୋଳବେଦୀ ଛକ ଠାରୁ ଆରମ୍ଭ ହୋଇ ମହିଳା କଲେଜ ଛକରେ ଶେଷ କରିଥିଲା। ନିଶା ସେବନ ଦ୍ବାରା ଯୁବ ସମାଜ କିପରି ବିଶୃଙ୍ଖଳ ହେଉଛି ତାର କୁପରିଣାମ ସମାଜ ଉପରେ ପଡ଼ୁଛି ସଚେତନ ବାର୍ତ୍ତା ପ୍ଳାକାର୍ଡ଼ ଧରି ଛାତ୍ରୀମାନେ ସ୍ଲୋଗାନ ଦେଇ ରାଲି କରିଥିଲେ। ଏହି ପଦଯାତ୍ରାକୁ ଅତିରିକ୍ତ ତହସିଲଦାର ନିରଞ୍ଜନ ନାୟକ, ଅତିରିକ୍ତ ବିଡ଼ିଓ ପ୍ରିୟଦର୍ଶନୀ ବରାଳ, ଆଇଆଇସି ବାମଦେବସ୍ବାଇଁ, ଅବକାରୀ ଇନିସପେକ୍ଟର ପାର୍ଥସାରଥୀ ରାଉତ ଓ ନିମାପଡ଼ା ଅବକାରୀ ଏସ.ଆଇ ନାରାୟଣ ବେହେରା ପଦଯାତ୍ରୀମାନଙ୍କୁ ନିଶାଠାରୁ ଦୂରେଇ ରହିବା ପାଇଁ ଶପଥ କରାଇବାସହ ସବୁଜ ପତକାଦେଖାଇ ରାଲିକୁ ଉଦଘାଟନ କରିଥିଲେ। ପରେ ପିଙ୍ଗଳାକ୍ଷୀ ସଂସ୍ଥାର ପ୍ରଶାସନିକ ଭବନ ସମ୍ମିଳନୀ କକ୍ଷରେ ନିଶାମୁକ୍ତି ଉପରେ ଏକ ଆଲୋଚନା କରଯାଇଥିଲା। ନିଶାମୁକ୍ତି ଆଲୋଚନା ଚକ୍ରରେ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର ସ୍ବାସତ ଶ୍ରୀମୟ ମାର୍ଥା, ଅବକାରୀ ବିଭାଗର ସନ୍ତୋଷ ବେହେରା, ନାରାୟଣ ବେହେରା, ଶିକ୍ଷାବିତସୈାଦାମିନ ଦାଶ,ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଆଳୋଚନାରେ ଅଂଶଗ୍ରହଣ କରିଥିଲେ। ପିପିଡ଼ବ୍ଲୁଓର କୋଷାଧ୍ୟକ୍ଷ ପଦ୍ମଲୋଚନ ମହାନ୍ତି ସ୍ବାଗତଭାଷଣ ଦେବାସହ ଧନ୍ୟବାଦ ଦେଇଥିଲେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ପ୍ରିତିନନ୍ଦା ପଟ୍ଟନାୟକ, ପ୍ରିୟଙ୍କା ପ୍ରିୟଦର୍ଶନୀ, ଜନ୍ମେଜୟ ସ୍ବାଇଁ, ପ୍ରଜ୍ଞାପରମିତା ପରିଡ଼ା, ଭବାନୀ ଶଙ୍କର ମହାରଣା, ସ୍ମିତାହାସ ନାୟକ ଅବକାରୀ ବିଭାଗର ସନ୍ତୋଷ ମହାରଣା ଏସ.ଆଇ. ସିଦ୍ଧେଶ୍ବର ମଲିକ, ତପନ କୁମାର ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ନାୟକ ପରିଚାଳନା କରିଥିଲେ।
