ଠିକାଦାର ମହାସଂଘର ବୈଠକ
ଠିକାଦାର ମହାସଂଘର ବୈଠକ
ନିମାପଡ଼ା, ( ଏପିନ୍ୟୁଜ)ସ୍ଥାନୀୟ ନୂହାରକିରୀ ଗ୍ରାମ ଠାକୁରାଣୀ ସାଥୀଭଉଣୀପୀଠରେ ନିମାପଡ଼ା ଠିକାଦାର ସଂଘର ଏକ ବୈଠକ ସଭାପତି ବିଶ୍ବଜିତକାନୁନଗୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେବିଭିନ୍ନସରକାରୀ ଦପ୍ତରରେ ଠିକାଦାରମାନେ ସମ୍ମୁଖୀନ ହେଉଥିବା ସମାସ୍ୟାସଂପର୍କରେ ଆଲୋଚନା କରାଯାଇଥିଲା ।ସଭାପତି ଶ୍ରୀ କାନୁନଗୋ ସାଥୀଠିକାଦାରମାନଙ୍କୁ ଅନୁରୋଧ କରିଥିଲେ ଏଣିକି ୧୪.୯୯ ଲେସ ରେ ଟେଣ୍ଡରପକାଇବାକୁ ବାରଣ କରିଥିଲେ। ବହୁ ଠିକଦାର ଗୋଟିଏ କାର୍ଯ୍ୟ ପାଇବା ପାଇଁଏକାଧିକ ଟେଣ୍ଡରରେ ପତ୍ର ଦାଖଲ କରିଥାନ୍ତି। ଯାହାଦ୍ବାରା ଲଟେରୀ କରାଯାଇଥାଏ ଲଟେରୀ ଜଣେ ଠିକାଦାରଙ୍କର କାମ ଉଠିଥାଏ। ଅନ୍ୟମାନେ କ୍ଷତିସହିଥାନ୍ତି। ସିଡ଼୍ୟୁଲ ରେଟ ଠାରୁ ଲେସରେ ଟେଣ୍ଡର ଦାଖଲ ବନ୍ଦ କରି ସଡ଼୍ୟୁଲରେଟରେ ଟେଣ୍ଡର ପତ୍ର ପକାଇବାକୁ ଉପସ୍ଥିତ ଥିବା ସାଥୀ ଠିକାଦାରମାନଙ୍କୁଅନୁରୋଧ କରିଥିଲେ। ସବୁଅଞ୍ଚଳର ଠିକାଦାର ମାନେ ଏହି ନିର୍ଦ୍ଦେଶକୁକାର୍ଯ୍ୟକାରୀ କରିବାକୁ ଅନୁରୋଧ କରାଯାଇଛି। ସଂପାଦକ ଜ୍ୟୋତିରଞନ ମହାନ୍ତିବିବରଣୀ ପାଠ କରିଥିଲକୋଷଧ୍ୟେକ୍ଷ ନିରଞନ ସାହୁ ଉପଦେଷ୍ଟା ପ୍ରମୋଦ କୁମାରବରାଳ, ସୁବାଷ ପାତ୍ର, ବଜେନ୍ଦ୍ର ପ୍ରଧାନ ପୂର୍ଣ୍ଣ ଚନ୍ଦ୍ର ନାୟକ ପ୍ରମୁଖ ବରିଷ୍ଠ ଠିକାଦାର ଉପସ୍ଥିତ ଥିଲେ। ରୁବେଲ ମହାନ୍ତି ଧନ୍ୟବାଦ ଦେଇଥିଲେ।
