୧୨ କୋଟି ୪୭ ଲକ୍ଷ ଟଙ୍କା ଠକେଇ ମାମଲାରେ ବିଜେଡ଼ି ନେତା ଦିଲିପ ନାୟକ ଗିରଫ
୧୨ କୋଟି ୪୭ ଲକ୍ଷ ଟଙ୍କା ଠକେଇ ମାମଲାରେ ବିଜେଡ଼ି ନେତା ଦିଲିପ ନାୟକ ଗିରଫ
ଭୁବନେଶ୍ବର (ଏ.ପି ନ୍ୟୁଜ) ବିଜେଡ଼ି ନେତା ଦିଲିପ କୁମାର ନାୟକ ୧୨ କୋଟି ୪୭ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇ ଆଜି ଜେଲ ଯାଇଚନ୍ତି। ବାଦାମବାଡ଼ି ଥାନା କେସନଂ ୪୧୭/୨୩ ମାମଲାର ୪୨୦/୪୦୬/୫୦୬ରେ ଅର୍ଥନୈତିକ ଅପରାଧା ଶାଖା ଅଧିକାରୀମାନେ ଆଜି ଦିଲିପଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ବିଜେଡ଼ି ନେତାଙ୍କ ଅସଲ ଚେହେରା ଧରାପଡ଼ିଥିବା ନିମାପଡ଼ାରେ ଆଳୋଚନାର ବିଷୟ ବସ୍ତୁ ହୋଇଛି। ଇଓଡ଼ବ୍ଲୁ ସୁତ୍ରରୁ ପ୍ରକାଶ ରାଣୀହାଟ ସାମିଲ ମାଳିସାହିର ବିଜୟ କୁମାର ରାଉତ ନାମକ ବ୍ୟକ୍ତିଙ୍କୁ ଜମିବାଡ଼ି ବ୍ୟବସାୟ ଏକାଠି କରିବା ପ୍ରସ୍ତାବ ଦେଇ ୭କୋଟି ୪୨ ଲକ୍ଷ ନେଇଥିଲେ ଏବଂ ପରେ ଭୁବନେଶ୍ବରର ପାଣ୍ଡରା ଅଞ୍ଚଳରେ ଜମି କିଣିବା ପାଇଁ ଅଭିଯୋଗକାରୀ ଙ୍କ ସ୍ତ୍ରୀଙ୍କ ଠାରୁ ୨ କୋଟି ଟଙ୍କା ନେଇଥିଲେ ଏବଂ ୩ଟା ଚୁକ୍ତପତ୍ରକରି ୧-୯-୨୦ରେ କରିଥିଲେ ଦିଲିପ କୁମାର ନାୟକ। କିନ୍ତୁ ଅଭିଯୋଗକାରୀ ଙ୍କ ନାମରେ ଜମି ନକିଣି ଅଭିଯୁକ୍ତ ନିଜନାମରେ ଜମି କଣିଥିବା ଶ୍ରୀ ରାଉତ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ଶ୍ରୀ ରାଉତ ଟଙ୍କା ଫେରାଇବାପାଇଁ ଅଭିଯୁକ୍ତ ଦିଲିପ ନାୟକଙ୍କ କହିଥିଲେ। ଅଭିଯୁକ୍ତ ଶ୍ରୀ ନାୟକ୧୦କୋଟି ୫୦ ଲକ୍ଷ ଟଙ୍କାର ୩୫ ଟି ବ୍ୟାଙ୍କ ଚେକ ଦେଇଥିଲେ। ବ୍ୟାଙ୍କର ତାଙ୍କ ଜମା ଖାତାରେ ଟଙ୍କା ନଥିବାରୁ ସେହି ଚେକଗୁଡ଼ିକ ବାଉନ୍ସ ହୋଇଥିଲା। ୨୦୧୫-୧୭ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ଜମି ବେପାର ପାଇଁ ୩କୋଟି ଟଙ୍କା ନେଇଥିଳେ। କଟକର ବଜ୍ରକବାଟି ରୋଡ଼ରେ ଜମିଦେବାପାଇଁ ୪ କୋଟି ଟଙ୍କା ନେଇଥିଳେ କିନ୍ତୁ ଜମି ଦେଇନଥିଲେ। ସେହିଭଳି ପଟିଆ ଅଞ୍ଚଳରେ ଜମି ଦେବାପାଇଁ ୩-୪୨କୋଟି ନେଇଥିଲେ। ଦିଲିପ ନାୟକ ଏକ କୋଟି ଟଙ୍କା ବିଜୟ କୁମାର ରାଉତଙ୍କୁ ଫେରାଇ ଦେଇଥିବା ସୁଚନା ରହିଛି। ଏହାଭିତରେ ସେ ଅଢେଇ ଏକର ଜମି ଅଭିଯୋଗକାରୀଙ୍କ ଅଜ୍ଞାତରେ ବିକ୍ରି କରିଦେଇଥିଲେ।।ଇଓଡ଼ବ୍ଲୁ ଦିଲିପ ନାୟକଙ୍କ ବାଦାମବାଡ଼ି ବାସଭବନ ଚଢଉବେଳେ ବହୁ ଅପରାଧିକ ଜମିବାଡ଼ି କବଲା, ଚୁକ୍ତିପତ୍ର ଓ ପାୱାର ଅଫ ଆଟର୍ଣ୍ଣିର କାଜଗପତ୍ର ଜବତ କରିଥିବା ଇଓ ଡ଼ବ୍ଲୁ ଦେଇଥିବା ପ୍ରେସ ନୋଟରୁ ଜଣାପଡ଼ିଛି।
