ରାଜ୍ୟ

ଟୁବୁଲି ସ୍ମାରକୀ ବାରବାଟୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ନିମପୁର, କଟକ. ସେମିରେ ପ୍ରବେଶ

Spread It

 ନିମାପଡ଼ା, ୧/୧୨(ଏପି ନ୍ୟୁଜ) ବାରବାଟୀ ପଡ଼ିରେ ଚାଲିଥିବା ୫ମ ଟୁବୁଲି ସ୍କାରକୀ କ୍ରିକେଟ ଟୁର୍ଣ୍ଣମେଣ୍ଟର ଦ୍ବିତଈୟ କ୍ବାଟର ଫାଇନାଲମ୍ୟାଚ ଏମ ସି ସି ଭୁବନେଶ୍ବର ଏବଂ ନିମପୁର କଟକ ମଧ୍ୟରେ ଖେଳାଯାଇଥିଲା। ନିମପୁର, କଟକ ଦଳ ୭୪ରନରେ ବିଜୟୀ ହୋଇ ଦ୍ବିତୀୟ ଦଳଭାବେ ସେମି ଫାଇନାଲରେ ପ୍ରବେଶ କରିଛି।  ନିର୍ଦ୍ଦରିତ ୩୦ ଓଭରରେ ଦଳ ୨୫୩ ରନ କରି ୯ ଉଇକେଟ ହରାଇଥିଲା। ଦଳପକ୍ଷରୁ ସମ୍ବିତ କୁମାର ପାତ୍ର ୭୭ରନ ଏବଂ ବିକ୍ରକୁମାର ସାମଲ ୬୦ ରନ କରିଥିଲେ। ପ୍ରତିପକ୍ଷ ଏମସିସିର ବୋଲର ଉଦୟ ଜେନା  ୪୪ରନ ବିନିମୟରେ ୨ଉଇକେଟ, କେ.ଦିପକ ପାତ୍ର ୪୨ ରନ ବିନିମୟରେ ୨ଟି ଉଇକେଟ ହାସଲ କରିଥିଲେ।  ଏମ.ସି.ସି ଭୁବନେଶ୍ବର ୨୫୪ରନର ବିଜୟ ଲକ୍ଷ୍ୟନେଇ ବ୍ୟାଟିଂ ଆରମ୍ଭକରି ୨୭ ଓଭରରେ ୧୭୯ ରନ କରି ସମସ୍ତ ଖେଳାଳୀ ଆଉଟ ହୋଇଯାଇଥିଲେ। ଦଳ ପକ୍ଷରୁ ରମଣୀ ରଞନ ଜେନା ୫୦ ରନ ଏବଂ ଅନୁରାଗ ଷଡ଼ଙ୍ଗୀ ୪୧ରନ କରିଥିଲେ। ପ୍ରତିପକ୍ଷ ନିମପୁର କଟକ ଦଳର ବୋଲର ମାନେ ମାପିଚୁପି ବୋଲିଂ କରି ଭୁବନେଶ୍ବର ଦଳକୁ ୧୭୯ ରନରେ ସିମିତ ରଖିଥିଲେ। ଦଳର ସୁପିତ ରାଉତ ୨୧ରନ ଦେଇ ୨ଟି ଉଇକେଟ,ଏବଂ ଦିବ୍ୟାଶୁଂ ନାୟକ  ୪୦ ରନ ଦେଇ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଆଜି ଖେଳରେ ନିମପୁର ଦଳର ସମ୍ବିତ କୁମାର ପାତ୍ରଙ୍କୁ ମୃାନଅପଦି ମ୍ୟାଚ ଘୋଷିତ କରାଯାଇ ପୁରଷ୍କୃତ କରାଯାଇଥିଲା। ଏନ.ଏ.ସି ଅଧିକାରୀ ଚନ୍ମୟ ଦାଶ ଅତିଥିଭାବେ ଯୋଗ ଦେଇଥିଲେ। ପରିଚାଳନା କରିଥିଲେ ଅଭିନନ୍ଦନ ପାତ୍ର ଏବଂ ତ୍ରି ଭୂଷଣ ଦାସ

Leave a Reply

Your email address will not be published. Required fields are marked *