ରାଜ୍ୟ

 ଯୁବ ମହୋତ୍ସବରେ ନିମାପଡ଼ା କଲେଜ ଛାତ୍ର ପୁରଷ୍କୃତ

Spread It

ନିମାପଡ଼ା,୧/୧୨ (ଏପି ନ୍ୟୁଜ) ପୁରୀ ଠାରେ ଅନୁଷ୍ଠିତ ଯୁବ ମହୋତ୍ସବରେ ନିମାପଡ଼ା  କଲେଜ +୨ ବିଜ୍ଞାନର  ପ୍ରଥମ ବର୍ଷର ଛାତ୍ର ଶ୍ରୀକାନ୍ତ ଜେନା  ଜିଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ତୃତୀ୍ୟ ହୋଇ ୫ହଜାର ଟଙ୍କା ଟୁବ ମହୋତ୍ସବ ଫଳକ ଏବଂ ପ୍ରମାଣପତ୍ର ପୁରଷ୍ଖାର ଜ୍ରହଣ କରିଛନ୍ତି। ପୁରୀ ଉପଜିଲାପାଳ ଶରତ ଚନ୍ଦ୍ର ବେହେରା ପୁରୀ ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏବଂ ସୂଚନା ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ସନେ୍ାଷ କୁମାର ସେଠୀଙ୍କ  ଯୁବ ମହୋତ୍ବରେ ଅତିଥିଭାବେ ଯୋଗଦେଇଥିଳେ। ପୁରୀ ଜିଲାର ବିଭିନ୍ନବ୍ଲକରୁ ଶ୍ରେଷ୍ଠ ପ୍ରତିଯୋଗୀମାନଙ୍କ ମଧ୍ୟରେ ଜିଲାସ୍ଥରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରୀ ଂାରେ ବିଜ୍ୟୀ ହୋଇଥିବା ନିମାପଡ଼ା କଲେଜଛାତ୍ର ଶ୍ରୀକାନ୍ତ ଜେନା ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା ପାଇଁ ମ‌େନୋନୀତ ହୋଇଥିବାର କଲେଜ ଅଧ୍ୟକ୍ଷ ଅମିତା ମହାନାୟକ ଏବଂ ପ୍ରଶାସନିକ ଅଧିକାରୀ ଡ଼, ରବିନ୍ଦ୍ରକୁମାର ପାଢୀ ଶ୍ରୀକାନ୍ତକୁ କଲେଜ ରେ ଅନୁଷ୍ଠିତ ଉତ୍ସବରେ ସମ୍ବର୍ଦ୍ଦିତ କରିଛନ୍ତି।

Leave a Reply

Your email address will not be published. Required fields are marked *