ରାଜ୍ୟ

ବିଶ୍ୱ ଏଡ଼ସ୍ ଦିବସ ପାଳିତ ।

Spread It
 
ଚାରିଛକ,(ସନ୍ତୋଷ ଦାଶ)ଏପି ନ୍ୟୁଜ –  ପୁରୀ ଜିଲ୍ଲା ନିମାପଡା ଶ୍ବୟଂସାଶିତ ମହାବିଦ୍ୟାଳୟ (ଏନ୍.ଏସ.ଏସ)ଏବଂ ଚାରିଛକ ସ୍ଥିତ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ୍ ଆନୁକୂଲ୍ୟରେ ବିଶ୍ୱଏଡ଼ସ୍ ଦିବସ  ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ମିତ୍ରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନିଆଳିର ସୁନାମଧନ୍ୟ ଚିକିତ୍ସକ ଅଧୀରାଜ ପରିଡା ଯୋଗ ଦେଇ ଛାତ୍ରୀମାନଙ୍କୁ ଏହି ରୋଗର ଭୟାଭୟତା, ଏହାର କାରଣ, ଲକ୍ଷଣ ଓ ନିରାକରଣ ଉପରେ ସଚେତନ କରାଇଥିଲେ । ସମ୍ମାନୀତ  ଅତିଥି ଭାବେ ନିଆଳି ପ୍ରାଚୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ସଭାପତି ଶ୍ରୀମତୀ ପୁଷ୍ପା ପରିଡା ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ, ସଚେତନତା ହିଁ ଏହି ରୋଗର ନିରାକରଣ ବୋଲି ଅଭିହିତ କରିଥିଲେ । କଲେଜ ର  ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ଡ଼ଃ ଅଶୋକ ବିଶ୍ୱାଳ, ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀମତୀ କାନନବାଳା ନନ୍ଦ, ଓଡିଆ ବିଭାଗ ମୁଖ୍ୟ ଡ଼ଃ ଶର୍ମିଷ୍ଠା ରାଣୀ ମହାନ୍ତି ଛାତ୍ରୀ ମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ। ଶିକ୍ଷା ବିଭାଗ ମୁଖ୍ୟ ତଥା ଯୁବ ରେଡ଼କ୍ରସ୍ କାଉନସିଲର ଡ଼ଃ ଶ୍ରିଲେଖା ନାୟକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ସଂସ୍କୃତ ବିଭାଗ ଅଧ୍ୟାପକ ଶ୍ରୀମାନ ଜୀବନ ଦାଶ ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଏହି ରୋଗ ସମ୍ବନ୍ଧୀୟ ପ୍ରବନ୍ଧ, ଚିତ୍ରାଙ୍କନ, ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହିତ ମହାବିଦ୍ୟାଳୟ ପରିସରରେ ଯୁବ ରେଡ଼କ୍ରସ୍ ୟୁନିଟ୍ ତରଫରୁ ସଚେତନତା ରାଲିର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ରାଜନୀତି ବିଜ୍ଞାନ ଅଧ୍ୟାପିକା ଡ଼ଃ କୀର୍ତ୍ତିମୟୀ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *