ରାଜ୍ୟ

ଉନ୍ନୟନ କାର୍ଯ୍ୟ ର ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ।

Spread It
 
ଚାରିଛକ,(ସନ୍ତୋଷ ଦାଶ)- ଏପି ନ୍ୟୁଜ-  ନିମାପଡା ବ୍ଲକ ଅଞ୍ଚଳରେ ଦୁଇଟି ଉନ୍ନୟନ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜଳସଂପଦ ବିଭାଗ ପକ୍ଷରୁ ୨ କୋଟି ୨୩ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହେବାକୁ ଥିବା କୁଣ୍ଡେଇ ଡିଷ୍ଟ୍ରିବ୍ୟୁଟାରୀ ବାମପଟ କେନାଲ ବନ୍ଧ ର ଶିରିକୋଇଲି ଠାରୁ ବାଇଦିପଡା ପର୍ଯ୍ୟନ୍ତ ଅଢେଇ କି ମି ପିଚୁ ରାସ୍ତା ଏବଂ ୧୬ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ବାହାରଣା ମାଇନର ନରର ତାଳଦଣ୍ଡା ନିକଟରେ ହେବାକୁ ଥିବା କେନାଲ ବ୍ରିଜ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ ହୋଇଛି। ବାହାରଣା ଫଚାୟତ ଶିରିକୋଇଲି ଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତା ପରିଡା ଯୋଗଦେଇ ଉକ୍ତ ୨ଟି କାର୍ଯ୍ୟର ଶିଳାନ୍ୟାସ କରି ଥିଲେ। ଶିରିକୋଇଲି କେନାଲ ବନ୍ଧ ରାସ୍ତା ହେଲେ ଦଣ୍ଡିକିରା, ଶିରିକୋଇଲି, ସଇଦାବାଦ, ତେନ୍ତୁଳିଗୁଆଁ, ଆଟିକାପୁଟି, ମଧୁସୂଦନପୁର ଜଳଛତ୍ର, କଦଳୀବାରୀ, ଓଡଗୁଆଁ, ବେଲପଡ଼ା, ଖୁଲିସ, ବାହାରଣା, ଅଟେଇଗୁଡା ଆଦି ଗ୍ରାମର ହଜାର ହଜାର ଜନସାଧାରଣ ଉପକୃତ ହେବେ। ନିମାପଡା ଜଳସଂପଦ ଡିଭିଜନରେ ବିଭିନ୍ନ କାର୍ଯ୍ୟ ପାଇଁ ୧୦୦ କୋଟି ଟଙ୍କା ଅନୁଦାନ ଆସିଥିବା ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦଙ୍କ ବ୍ଳକ ପ୍ରତିନିଧି ପୂର୍ଣଚନ୍ଦ୍ର ଓଝା, ବରିଷ୍ଠ ବିଜେପି ନେତା ଶ୍ୟାମସୁନ୍ଦର ନାୟକ, ଏନ୍‌ଏସି ପ୍ରତିନିଧି ମୀନଲତା ମହାନ୍ତି, ସରଫଚ ଅଜୟ କୁମାର ପରିଡା, ସମିତିସଭ୍ୟ ସନ୍ତୋଷ କୁମାର ମେକାପ, ମଣ୍ଡଳ ସଭାପତି ପ୍ରଭାତ ନାୟକ, ବ୍ରଜ କିଶୋର ନାୟକ, କୈଳାଶ ଚନ୍ଦ୍ର କର, ଜଳସଂପଦ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ପ୍ରୀତମ ଚେତନ ପୋଥାଳ, ସହକାରୀ ଯନ୍ତ୍ରୀ ଶକ୍ତିପ୍ରସାଦ ଦାଶ, ତପନ ନାୟକ, ରାକେଶ ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ଦାସ ପ୍ରମୁଖଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଓ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *