ପୁତୁରାର କଟୁରୀ ଚୋଟରେ ଦାଦାର ମୃତ୍ୟୁ। ଅଭିଯୁକ୍ତ ଫେରାର
ବଳଙ୍ଗା (ଏପି ନିୟୁଜ) ଆଜି ସଂଧ୍ୟାରେ ବଳଙ୍ଗାଥାନା ଅନ୍ତର୍ଗତ ତୋରିହଁବନ୍ଧ ଗ୍ରାମରେ ଜମିବାଡ଼ିକୁ କେନ୍ଦ୍ରକରି ।ହତ୍ୟା ଘଟଣା ଘଟିଯାଇଛି। ମିଳିଥିବା ଖବରରୁ ପ୍ରକାଶ ପାଟିତୁଣ୍ଡରେ ଉତକ୍ଷିପ୍ତ ହୋଇ ପୁତୁରା ଘରୁ ଏକ କଟୁରି ଆଣି ଦାଦାକୁ ମୁଣ୍ଡ ଏବଂ ବେକକୁ ହାଣି ହତ୍ୟାକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୁଚନା ମିଳିଛି। ଦାଦାର ରକ୍ତାକ୍ତ ଶରୀର ଦାଣ୍ଡରେ ପଡ଼ିଥିବାବେଳେ ରକ୍ତମୁଖା ପୁତୁରା ଆହତ ହଣାଖାଇଥିବା ନିସ୍ତେଜ ହୋଇପଡ଼ିଥିବା ଦାଦାର ଶରୀରକୁ ଜଗି ବସିଥିଲା। ଯିଏ ଏଠାକୁ ଆସିବ ତାକୁ ହାଣିବି ବୋଲି ଧମକ ଦେବାରୁ ଗ୍ରାମର କୈାଣସି ବ୍ୟକ୍ତି ଅମିୟଙ୍କୁ ଉଦ୍ଧାର କରିବାକୁ ହତ୍ୟାକାରୀପାଖକୁ ସାହସ ଜୁଟାଇ ଯାଇନଥିଲେ।। ଖବର ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ନିର୍ଜଳଭାବେ ପଡ଼ିଥିବା ଦାଦାକୁ ଆଣି ବଳଙ୍ଗା ଡ଼ାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି କରିଥିଲେ ସେଠାରେ ଡ଼ାକ୍ତର ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ। ହତ୍ୟାକାରୀ ଧମେନ୍ଦ୍ର ପ୍ରଧାନ(ବିଟୁ) ଏବଂ ଦାଦା ଅମିୟ ପ୍ରଧାନ (୪୨) ଙ୍କମଧ୍ୟରେ ସମ୍ପତି ଭାଗବଣ୍ଟାକୁ ନେଇ ବିବାଦ ଥିଲା। ଧମେନ୍ଦ୍ର (ବିଟୁ ) ମୃତ ଅମିୟଙ୍କ ମଧ୍ୟରେ ଅପରାହ୍ନରେ ପାଟିତୁଣ୍ଡ ହୋଇଥିଲା । ପାଟି ତୁଣ୍ଡରେ ଉତକ୍ଷିପ୍ତ ହୋଇ ଧମେନ୍ଦ୍ର ଘରୁ କଟୁରୀ ଆଣି ଦାଦା ଅମିୟଙ୍କ ମୁଣ୍ଡ ଏବଂ ବେକକୁ ଚୋଟ ପକାଇଥିଲା। ରକ୍ତ ଜୁଡ଼ୁବୁନୁ ହୋଇ ଦାଦା ଅମିୟ ଘଟଣାସ୍ଥଳରେ ପଡ଼ିଯାଇଥିଲେ।
