ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ନିମାପଡ଼ା.୩/୧୨.ଏପି ନିୁଜ ପିଙ୍ଗଳାକ୍ଷୀ ପବ୍ଲିକ ୱେଲଫେୟାର ଅର୍ଗାନାଇଜେସନ, ନିମାପଡା ଏବଂ ଜିଲ୍ଲା ପ୍ରଶାସନ, ପୁରୀ ( ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର) ସହାୟତା କ୍ରମେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ପାଳିତ ହୋଇଯାଇଅଛି I ଆଜି ପୁର୍ବାହ୍ନ ୯ଟାରେ ଏକ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଏକ ସଚେତନତା ପଦଯାତ୍ରା ହାଇସ୍କୁଳ ଠାରୁ ଆରମ୍ଭ ହୋଇ ବଜାର ପରିକ୍ରମା କରିବା ପରେ ଶେଷ ହୋଇଥିଲା। ଏହି ଅବସରରେ ୪୦୦ ରୁ ଉର୍ଦ୍ଧ ଅଂଶଗ୍ରହଣକାରୀ ଯଥା ଦିବ୍ୟାଙ୍ଗଜନ, ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ, ପ୍ରଶିକ୍ଷାର୍ଥୀ, ଏନ . ସି .ସି , ସ୍କାଉଟ ଆଣ୍ଡ ଗାଇଡ଼ ଛାତ୍ରଛାତ୍ରୀ, ସମାଜସେବୀ ଓ ସାଧାରଣ ଜନତା ଙ୍କ ଅଂଶଗ୍ରହଣ କ୍ରମେ ଏହା ଦିବ୍ୟାଙ୍ଗଜନ ଅଧିକାର ଓ ଅଧିନିୟମ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲାଏହି ପଦଯାତ୍ରାରେ ରତ୍ନାକର ଦାଶ ଦୃଷ୍ଟିହୀନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀ, ପିଙ୍ଗଳାକ୍ଷୀ କଲେଜ ଅଫ ସ୍ପେସିଆଲ ଏଜୁକେସନ ର ପ୍ରଶିକ୍ଷାର୍ଥୀ, ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଏନ. ସି .ସି , ବିଭିନ୍ନ ଶିକ୍ଷା ଅନୁଷ୍ଠାନର ସ୍କାଉଟ ଆଣ୍ଡ ଗାଇଡ଼ ଛାତ୍ର ଛାତ୍ରୀ, ନିମାପଡା ବIଳକ ଉଚ୍ଚବିଦ୍ୟାଳୟ ର ଏନ . ସି .ସି , ଓ ନିମାପଡା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ର ଏନ . ସି .ସି , କ୍ୟାଡ଼େଟମାନେ ଯୋଗ ଦେଇଥିଲେ. I ଉକ୍ତ ପଦଯାତ୍ରାକୁ ସାଂସଦ ପ୍ରତିନିଧି, ଶ୍ରୀମତୀ ମିନଲତI ମହାନ୍ତି, ତହସିଲଦାର, ନିମାପଡା, ଶ୍ରୀଯୁକ୍ତ ମନୋଜ କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ, ସରକାରୀ ବIଳକ ଉଚ୍ଚବିଦ୍ୟାଳୟ, ପୋଲିସ ପ୍ରଶାସନ, ଅନୁଷ୍ଠାନର ସାଧାରଣ ସମ୍ପାଦକ, ଶ୍ରୀଯୁକ୍ତ ଗଗନ ବିହାରୀ ଦାସ, କୋଷାଧକ୍ଷ, ଶ୍ରୀଯୁକ୍ତ ପଦ୍ମଲୋଚନ ମହାନ୍ତି, ଯୁଗ୍ମ ସମ୍ପାଦକ, ଶ୍ରୀଯୁକ୍ତ ପବିତ୍ର ମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଭିନ୍ନକ୍ଷମ ଅଧିକାର ଓ ସମ୍ମାନ ପାଇଁ ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ. Iଏତଦବ୍ୟତୀତ ମଧ୍ୟାହ୍ନ ୧୧ ଘଟିକା ସମୟରେ ଲକ୍ଷ୍ମୀବିହାର, ତଳତଳଅଣ୍ଡିଆ ବେହେରା ସIହି ନିକଟସ୍ଥ ଅନୁଷ୍ଠାନ ପ୍ରାଙ୍ଗଣରେ ଏକ ଦିବ୍ୟାଙ୍ଗଜନ ଅଧିକାର ଓ ଅଧିନିୟମ ଶୀର୍ଷକ ସଭା ଆୟୋଜିତ ହୋଇଯାଇଅଛିI (ଫଟ)ଏହି ସଭାରେ ଦିବ୍ୟାଙ୍ଗଜନ, ଛାତ୍ରଛାତ୍ରୀ, ସମାଜସେବୀ, ବୁଦ୍ଧିଜୀବୀ ଯୋଗ ଦେଇଥିଲେ I ନିମାପଡା ଅଂଚଳର ପ୍ରଭାତ ବେହେରା ଙ୍କୁ ସ୍ବର୍ଗତଃ ରାଜକିଶୋର ସବୁତ ସମ୍ମାନରେ ସମ୍ମାନିତ କରାଗଲା I
