ବକ୍ତୃତା ପ୍ରତିଯୋଗିତା ଓ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ଅନୁଷ୍ଠିତ। ଚାରିଛକ
ଚାରିଛକ,( ଏ.ପି ନ୍ୟିୁଜ, ସନ୍ତୋଷ ଦାଶ) ପାଞ୍ଚ ଦିନିଆ କୋଣାର୍କ ଉତ୍ସବ ଅବସରରେ କୋଣାର୍କ ର ମୁକ୍ତାକାଶ ରଙ୍ଗମଞ୍ଚ ଠାରେ କୋଣାର୍କ ସେବା ସଂଗଠନ ପକ୍ଷରୁ ପର୍ଯ୍ୟଟନ ବିଭାଗ ସହାୟତା ରେ କୋଣାର୍କ ଅଞ୍ଚଳର ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବକୃତା ପ୍ରତିଯୋଗିତା ଓ ପ୍ରଶ୍ନୋତରୀ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଗବେଷକ ସୁବାଷ ବରାଳ , ବ୍ୟଙ୍ଗ କବି ସମ୍ପଦ ରଥ, ଓ ସତ୍ୟ ସୁନ୍ଦର ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ କୋଣାର୍କ ଉଚ୍ଚ ବିଦ୍ୟାଳୟର ଏନସିସି ଅଧିକାରୀ ଦିଲୀପ ଦାସ, ଯୁବ ବ୍ୟବସାୟୀ ସନାତନ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବକୃତା ଓ ପ୍ରଶ୍ନୋତରୀ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ, ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ । କାର୍ଯକ୍ରମକୁ ପ୍ରତିଷ୍ଠାତା ତଥା ଯୁବ ସମାଜସେବୀ କୁନାଲ ପାତ୍ର ସଂଯୋଜନା କରିଥିବା ବେଳେ ପ୍ରଦୀପ୍ତ କୁମାର ପ୍ରଧାନ, ସୌମ୍ୟ ରଞ୍ଜନ ମହାରଣା,ଶୁଭକାନ୍ତ ବିଶ୍ଵାଳ, ଆଭାସ ମୁଦୁଲି ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଭାପତି ରଞ୍ଜନ କୁମାର ମୁଦୁଲି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
