ରାଜ୍ୟ

ସହୀଦ ଜୟୀ ରାଜଗୁରୁଙ୍କ ୨୨୦ତମ ମହାପ୍ରୟାଣ ଦିବସ ପାଳିତ।

Spread It

ପୁରୀ ୬/୧୨ (ଏ.ପି.ନ୍ୟିୁଜ) ସହୀଦ ଜୟୀ ରାଜଗୁରୁ ସ୍ବାଧୀନତା ଆନ୍ଦୋଳନର ଏକ ସ୍ପର୍ଦ୍ଧିତ ନାମ।ସାହସ, ଶୌର୍ଯ୍ୟ ଓ ଅଦମ୍ୟ ବୀରତ୍ବର ପ୍ରତୀକ ଥିଲେ ` ସ୍ବାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ଚିର ଅମର ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା। ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜୟୀ ରାଜଗୁରୁଙ୍କ ଜନ୍ମ ସ୍ଥାନ ବୀର ହରେକୃଷ୍ଣପୁର ଛକ ନିକଟସ୍ଥ ପ୍ରତିମୂର୍ତ୍ତି ଓ ବୀର ହରେକୃଷ୍ଣପୁର ଗ୍ରାମରେ ଥିବା ଜୟୀ ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ୨୨୦ ତମ ମହାପ୍ରୟାଣ ତିଥିରେ ସହୀଦ ଙ୍କ ମହାପ୍ରୟାଣ ଦିବସ ଅବସରରେ ପୂର୍ବାହ୍ନରେ ମାଲ୍ୟାର୍ପଣ କରାଯାଇଥିଲା।ପରେ ନିକଟସ୍ଥ ପୁଷ୍କରିଣୀ ରେ ସହୀଦ ଙ୍କ ଉଦ୍ଦେଶ୍ୟ ରେ ତିଳତର୍ପଣ କରାଯାଇଥିଲା।ସହୀଦ ଙ୍କ ଜନ୍ମସ୍ଥାନ ବୀର ହରେକୃଷ୍ଣ ପୁର ଗ୍ରାମ ଠାରେ ଜିଲ୍ଲା ପ୍ରଶାସନ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଗୋପୀନାଥ ଦେବସ୍ଥାନ ସମିତି ଓ ସହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓଡିଶା ଙ୍କ ମିଳିତ ସହଯୋଗ ରେ ଆୟୋଜିତ ମହାପ୍ରୟାଣ ଦିବସ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଓ ସଦର ବିଡ଼ିଓ ସମ୍ବିତ ଶତପଥୀ ଜୟୀ ରାଜଗୁରୁ ଙ୍କ ସ୍ମୃତି ଚାରଣ କରି ସଂଗ୍ରାମୀ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ମୃତି ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର ସହୀଦ ଙ୍କ ସୂଚନା ଓ ଲୋକ ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଜୟୀ ରାଜଗୁରୁ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପୁରୀ ରେଲୱେ ଷ୍ଟେସନ ଠାରେ ଥିବା ଜୟୀ ରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଓ ଅନ୍ୟ ମାନେ ମାଲ୍ୟାର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *