GELS 2025 ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶାପୁରୀରେ Global Energy Leaders’ Summit 2025 ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀସମୃଦ୍ଧ ଓଡିଶା ଗଠନ ପାଇଁ ଏନର୍ଜି ସପ୍ଲାଇ ଚେନ୍କୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି୨୦୭୦ ସୁଦ୍ଧା ଓଡିଶା ହାସଲ କରିବ ନେଟ୍ ଜିରୋ କାର୍ବନ ଏମିସନ୍ଓଡିଶା ପାଇଁ ଦେଢ଼ ଲକ୍ଷ ସୂର୍ଯ୍ୟ ଘର ଅନୁମୋଦିତ-କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ୨୦୩୬ ସୁଦ୍ଧା ରାଜ୍ୟ ହେବ ଗ୍ରୀନ୍ ଏନର୍ଜି ହବ୍- ମୁଖ୍ୟମନ୍ତ୍ରୀପୁରୀ ଠାରେ ଆୟୋଜିତ Global Energy Leaders’ Summit 2025 (GELS 2025)କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଉଦ୍ଘାଟନ କରିଛନ୍ତି। ଉକ୍ତ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବିକାଶରେ ଏନର୍ଜି ସପ୍ଲାଇ ଚେନକୁ ଓଡ଼ିଶା ନିଜର ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛି ଯାହାଫଳରେ ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ (Fossil Fuel) ଶକ୍ତି ଉତ୍ପାଦନ ଓ ବ୍ୟବହାର ବ୍ୟୟ କମାଇ, ଆମ ରାଜ୍ୟ ଗ୍ରୀନ୍ ଏନର୍ଜି ରାଜ୍ୟ ଭାବେ ଉଭା ହେବ।
