ପ୍ରଶାନ୍ତ ମହାପାତ୍ରଙ୍କ ତୃତୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ ବିନ୍ଦୁସାଗରରେ ତିଳ ତର୍ପଣ
ପ୍ରଶାନ୍ତ ମହାପାତ୍ରଙ୍କ ତୃତୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ ବିନ୍ଦୁସାଗରରେ ତିଳ ତର୍ପଣ
ପୁରୁଣା ଭୁବନେଶ୍ୱର ଅଞ୍ଚଳର ଜଣେ ଦକ୍ଷ ସମାଜସେବୀ ମୂରବୀ ବିଜୁ ବାବୁଙ୍କ ଅତ୍ୟନ୍ତ ଘନିଷ୍ଠ ଯୁବକ ମାନଙ୍କର ଅତି ପ୍ରିୟ ସ୍ୱର୍ଗୀୟ ପ୍ରଶାନ୍ତ ମହାପାତ୍ରଙ୍କ ତୃତୀୟ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କୁ ଭଲପାଉଥିବା ଓ ଜଡ଼ିତ ଥିବା ସହକର୍ମୀ ମାନେ ବିନ୍ଦୁସାଗରରେ ତିଳ ତର୍ପଣ କରିବା ସହା ରୋଗୀଙ୍କୁ ଫଳ ବଣ୍ଟନ କଲେ। ବିଜୁବାବୁଙ୍କ ପ୍ରେରଣାରେ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରି ତାଙ୍କ ପ୍ରଦତ୍ତ ଗୁରୁଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ। ପରନ୍ତୁ ସମାଜର ଗତି, ପ୍ରଗତି, ଅଗ୍ରଗତି ପାଇଁ ନିଷ୍କାମ ସେବାରେ ସମର୍ପିତ କରି ଆତ୍ମସନ୍ତୋଷ ଲାଭ କରୁଥିଲେ। ତାଙ୍କର ନେତୃତ୍ୱ, ବନ୍ଧୁତ୍ୱ, ବ୍ୟକ୍ତିତ୍ୱ, ଦାୟିତ୍ୱବୋଧ, ଅମଳିନ ପ୍ରୀତି ପାଇଁ ସଦା ଚର୍ଚ୍ଚିତ ଥିଲେ। ଜୀବନଯୁଦ୍ଧର ଘମାଘୋଟ ଲଢେ଼ଇ ପାଇଁ ତୀରକମାଣ ସଜ୍ଜାର, ଦୁନ୍ଦୁଭି ଆର୍ତ୍ତନାଦର ନିନାଦର ଅୟମାରମ୍ଭରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ନିରବତାର ନିଦରେ। ଜୀବନଯୁଦ୍ଧର ଘମାଘୋଟ ଲଢେ଼ଇ ପାଇଁ ତୀରକମାଣ ସଜ୍ଜାର, ଦୁନ୍ଦୁଭି ଆର୍ତ୍ତନାଦର ନିନାଦର ଅୟମାରମ୍ଭରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ ନିରବତାର ନିଦରେ। ପ୍ରଶାନ୍ତ ନିଶାନ୍ତ ସୂର୍ଯ୍ୟ ଉଦୟକୁ, ଅଶାନ୍ତ କରି ଦୃଷ୍ଟାନ୍ତ ହୋଇଗଲେ ସମସ୍ତଙ୍କ ହୃଦୟ ନୀଳକନ୍ଦରରେ ।
