ଜିଲାସ୍ତରୀୟ ଇକୋ କ୍ଲବ ପ୍ରକଳ୍ପ ପ୍ରଦର୍ଶନୀ
ପୁରୀ, ୧୧-/୧୨ (ଏ.ପି ନ୍ୟିୁଜ) “ଜିଲ୍ଲା ସ୍ତରୀୟ ଇକୋ କ୍ଳବ୍ ପ୍ରକଳ୍ପ ପ୍ରଦର୍ଶନୀ ” ପୁରୀ ସଦର ବ୍ଲକ୍ ର ରାମହରି ନୋଡାଲ ବିଦ୍ୟାପୀଠ,ଶାସନ ଦାମୋଦରପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ଜିଲ୍ଲାର ପ୍ରତି ବ୍ଲକ୍ ରୁ ୫ ଟି ଲେଖାଏଁ ବଛା ବଛା ପ୍ରକଳ୍ପକୁ ନେଇ ମୋଟ୍ ୫୫ ଗୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ । ଏହାର ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶରତ ଚନ୍ଦ୍ର ମହାପାତ୍ର, ପୁରୀ ଯୋଗଦାନ କରିକହିଥିଲେ ନୂଆ ନୂଆ ସୃଷ୍ଟି କରି ଦେଶ ଓ ଜାତିକୁ ଗୈ।ରବାନ୍ବିତ କରିପାରିବେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗଦାନ କରି ନିଜର ଓଜସ୍ବୀ ବକ୍ତବ୍ୟ ଦ୍ଵାରା କୁନି ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ ସେଣ୍ଟର୍ ଫର୍ ଏନ୍ ଭର୍ଣମେଣ୍ଟ ଷ୍ଟଡି ର ପ୍ରୋଗ୍ରାମ ଅଫିସର ପ୍ରଭାତ ମୋହନ ଦାଶ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦ୍ବିତୀକାନ୍ତ ପ୍ରଧାନ ଓ ଭବମ୍ ପ୍ରଧାନ, ଉଦ୍ୟୋଗପତି ଦିବ୍ୟ ପ୍ରକାଶ ପଟ୍ଟନାୟକ, ଅଭିରାମ ନୋଡାଲ ବିଦ୍ୟାପୀଠ,କରମଳାର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ମହାପାତ୍ର , ଇକୋ କ୍ଳବ୍ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ଚୈ।ଧୁରୀ ଅଂଶଗ୍ରହଣ କରି ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଦେଇଥିଲେ । ଏହାର ଉଦ୍ଜାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦିବାକର ପାତ୍ର ଉପସ୍ଥିତ ରହି ପିଲାମାନଙ୍କ ପ୍ରକଳ୍ପ ଗୁଡ଼ିକୁ ପ୍ରଶଂସା କରିଥିଲେ ଓ ଉତ୍ସାହ ମୂଳକ ଭାଷଣ ଦ୍ବାରା ସେମାନଙ୍କୁ ଆହୁରି ଆଗକୁ ଯିବାପାଇଁ ମତବ୍ୟକ୍ତ କରିଥିଲେ ।। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ (ରାଷ୍ଟ୍ରୀୟ ଆବିଷ୍କାର ଯୋଜନା ମାଧ୍ୟମରେ)ଏକ ବିଜ୍ଞାନ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି କୁଇଜ୍ ଓ ପ୍ରଦର୍ଶନୀ କୁ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଶ୍ରୀକୁମାର ଆଚାର୍ଯ୍ୟ ପରିଚାଳନା କରିଥିଲେ । ତିନି ଗୋଟି ଉତ୍ତମ ପ୍ରକଳ୍ପ ଓ କୁଇଜ୍ ର ତିନି ଗୋଟି ବିଭାଗରୁ ମୋଟ୍ ୯ ଜଣଙ୍କୁ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ ପାଇଁ ପଠାଯାଇଥିଲା ।କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସାମଗ୍ରିକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।
