କ୍ରୀଡା

ପି-ଏମ-ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟର ଦୁଇ ଦିନିଆ ବାର୍ଷିକ କ୍ରିଡ଼ା ଉତ୍ସବ ଉଦଯାପିତ

Spread It

 

 ନିମାପଡ଼ା, (ଏ.ପି ନ୍ୟିୁଜ))  ପି –ଏମ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟର  ଦୁଇ ଦିନ ଧରି  ବାରବାଟୀ ପଡ଼ିଆରେ ଅନୁଷ୍ଠିତ ବାର୍ଷିକ କ୍ରିଡ଼ା ଉତ୍ସବ ଆଜି ଉଦଯାପିତ ହୋଇଯାଇଛି। ଏହି କ୍ରିଡ଼ା ଉତ୍ସବରେ ଶହେ ୨ଶହ, ୪ଶହ ମିଟରର ଦୈାଡ଼, ସଟଫୁଟ, ଡ଼ିସକସ, ଲମ୍ବା ଡ଼ିଆଁ ଓ ଉଚ୍ଚଡ଼ିଆଁ ଆଦି ବିଭାଗରେ ପ୍ରତିଯୋଗିତା ହୋଇଥିଲା ବରିଷ୍ଠ ବିଭାଗରେ ଓମ ସାଇ ଦଳାଇ  ଓ କନିଷ୍ଠ ବର୍ଗରେ ଧର୍ମଦୀପ  ଚମ୍ପିଆନ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥିଭାବେ ପ୍ରାକ୍ତନ ବିତ୍ତ ଅଧିକାରୀ ପୁରୀ ଜିଲା ଶିକ୍ଷାମଣ୍ଡଳ ଅଧିକାରୀ ନାରାୟଣ ମିଶ୍ର ମୁଖ୍ୟ ବକ୍ତାଭାବେ ପ୍ରାକ୍ତନ ଶିକ୍ଷା  ମଣ୍ଡଳ ଅଧିକାରୀ ସଂଯୁକ୍ତା ମହାନ୍ତି ଯୋଗଦେଇ କ୍ରିଡ଼ାରେ କୃତି ଛାତ୍ରମାନଙ୍କୁ ପୁରଷ୍କାର ବିତରଣ କରିଥିଲେ।  ଉଦଯାପନୀ ସଭା ପ୍ରଧାନ ଶିକ୍ଷକ ନନ୍ଦିତା ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସଭା  ପରିଚାଳନା କରିଥିଲେ ଶିକ୍ଷକ ପ୍ରଦିପ୍ତ  ବେହେରା ଓ ଜ୍ୟୋତିରଞନ ରଥ। ପରିଚାଳନା କରିଥିଲେ।    ସୁଦର୍ଶନ ବିଶ୍ବାଳ, ଦିବ୍ୟ ଦର୍ଶନୀ ସାହୁ, ବୀଣାପାଣି ଆଚାର୍ଯ୍ୟ, ଦିପି ସ୍ବାଇଁ ସସ୍ମିତା ମହାପାତ୍ର ସିପ୍ରାମ୍ବରଜ୍ବିତା ବିଶ୍ବାଳ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପରିଚାଳନା କରିଥିଲେ।।(ଫଟ)

Leave a Reply

Your email address will not be published. Required fields are marked *