ରାଜ୍ୟ

କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Spread It

ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ ମୁହାଁଣ ନିକଟରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ୭ମ ଇକୋ-ରିଟ୍ରିଟ। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଉତ୍ସବକୁ ଉଦ୍‌ଘାଟନ କରି କହିଛନ୍ତି ଯେ, ପର୍ଯ୍ୟଟନ ପାଇଁ ରାଜ୍ୟ ସରକାର ଯେତେପ୍ରକାର ପଦକ୍ଷେପ ନେଉଛନ୍ତି, ତନ୍ମମଧ୍ୟରୁ ‘ଇକୋ-ରିଟ୍ରିଟ୍’ ସବୁଠାରୁ ଆକର୍ଷଣୀୟ । କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଆଗାମୀ ଦିନ ଗୁଡିକରେ ଓଡ଼ିଶାର ବିଭିନ୍ନ ପ୍ରସିଦ୍ଧ ପର୍ଯ୍ୟଟନ ଅଂଚଳ ମାନଙ୍କରେ ହେଉଥିବା ଇକୋ-ରିଟ୍ରିଟ୍ ସ୍ଥାନରେ ରାଜ୍ୟ ସରକାରଙ୍କର କ୍ୟାବିନେଟ ବୈଠକ ଓ ମନ୍ତ୍ରୀ ମଣ୍ଡଳ ବୈଠକ ମଧ୍ୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ଓଡ଼ିଶାର ପର୍ଯ୍ୟଟନ ବିଭାଗ ପକ୍ଷରୁ କରାଯାଉଥିବା ପରିବେଶଭିତ୍ତିକ ଏହି ଇକୋ-ରିଟ୍ରିଟ ସାରା ଭାରତବର୍ଷରେ ସୁନାମ ଅର୍ଜନ କରିବା ସହିତ ସଫଳତା ହାସଲ କରିପାରିଛି। ଭାରତବର୍ଷରେ ଓଡ଼ିଶା ଇକୋ-ରିଟ୍ରିଟ ପର୍ଯ୍ୟଟନ କ୍ଷେତ୍ରରେ ଏକ ମଡେଲ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ସୋନାପୁର ଏବଂ କୋଣାର୍କରେ ଏହି ସବୁ ଇକୋ-ରିଟ୍ରିଟ୍ ଗୁଡ଼ିକ ଓଡ଼ିଶାର ପରିବେଶ ପର୍ଯ୍ୟଟନର ଗୁରୁତ୍ୱ ବୃଦ୍ଧି କରିଛି। ସ୍ଥାନୀୟ ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି, ପରିବେଶ ସମ୍ପର୍କରେ ସଚେତନତା ସୃଷ୍ଟି, ସ୍ଥାନୀୟ ଅର୍ଥନୀତିର ଅଭିବୃଦ୍ଧି-ଏସବୁ କ୍ଷେତ୍ରରେ ଇକୋ-ରିଟ୍ରିଟ୍ ଏକ ମଡେଲ ଅଭିଯାନ ବୋଲି କହିବା ସହିତ ଓଡ଼ିଶାର ଅନ୍ୟାନ୍ୟ ପ୍ରାକୃତିକ ସ୍ଥାନରେ ଏହିପରି ବ୍ୟବସ୍ଥା କରାଯାଉ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *