‘ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ’ ର ଉଦ୍ଘାଟନ ଏବଂ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କଲେ, ମୁଖ୍ୟମନ୍ତ୍ରୀ
, କୋଣାର୍କ(ଏ.ପି ନ୍ୟିୁଜ) ରାମଚଣ୍ଡୀରେ ‘ଓଡ଼ିଶା ୱାଟରମ୍ୟାନସିପ୍ ଏବଂ ଲାଇଫଗାର୍ଡ ପ୍ରତିଷ୍ଠାନ’ ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ ୧୨ କୋଟି ଟଙ୍କା ଖର୍ଚ୍ଚରେ ଏହି ‘ସନ୍ତରଣ ଶିକ୍ଷା ଓ ଲାଇଫ୍ ଗାର୍ଡ’ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠିତ ବିପଯ୍ୟର୍ୟ ପରିଚାଳନା ପ୍ରଶିକ୍ଷଣ କ୍ଷେତ୍ରରେ ଏହି ପ୍ରତିଷ୍ଠାନ ସାରା ଦେଶରେ ଓଡ଼ିଶା ପାଇଁ ଏକ ନୂଆ ପରିଚୟ ସୃଷ୍ଟି କରିବ ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ଉପକୂଳ ଅଞ୍ଚଳରେ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଓଏସଡ଼ବ୍ଲୁଏଏଲଆଇ ଏକ ଉତ୍ସର୍ଗୀକୃତ ଆନ୍ତର୍ଜାତୀୟ କେନ୍ଦ୍ର ଭାବରେ ଉଭା ହେବ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ୧୨ ଡିସେମ୍ବର ୨୦୨୫ ଓଡ଼ିଶାର ଉପକୂଳ ସୁରକ୍ଷା, ଜଳ ଦକ୍ଷତା (ୱାଟରମ୍ୟାନସିପ୍) ଏବଂ ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି, । ଏହି ଅବସରରେ ରାଜ୍ୟରେ ଉନ୍ନତ ଅଣ୍ଡରୱାଟର ଉଦ୍ଧାର ତାଲିମକୁ ବ୍ୟାପକ କରିବା ପାଇଁ ପରିକଳ୍ପିତ ଅତ୍ୟାଧୁନିକ ସ୍କୁବା କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯାଇଥିଲା। ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ମଧ୍ୟରେ ବୁଝାମଣା ପତ୍ର ମଧ୍ୟ ସ୍ଵାକ୍ଷର ହୋଇଥିଲା । ଓଡ଼ିଶା ପର୍ଯ୍ୟଟନ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ଘଓଡଝ ଗୋଆ ମଧ୍ୟରେ ଜଳ କ୍ରୀଡ଼ା ସୁରକ୍ଷା ମାନକ ବିକଶିତ କରିବା, ବୃତ୍ତିଗତ ଲାଇଫଗାର୍ଡ ତାଲିମ ପରିଚାଳନା କରିବା, କ୍ଷମତା ବୃଦ୍ଧି କରିବା ଏବଂ ରାଜ୍ୟରେ ଦୁଃସାହସିକ ଓ ଉପକୂଳ ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ଏହି ଏମ୍ଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାର ତାଲିମ ପ୍ରାପ୍ତ କର୍ମଚାରୀଙ୍କ ଦ୍ୱାରା ଉଦ୍ଧାର ଓ ଜୀବନ ରକ୍ଷା କୌଶଳ, ଏବଂ ଉପକୂଳବର୍ତ୍ତୀ ଜରୁରୀକାଳୀନ ପ୍ରସ୍ତୁତି ଉପରେ ଆଧାରିତ ଏକ ଚମତ୍କାର ୱାଟରମ୍ୟାନସିପ୍ ସୋ ପ୍ରଦର୍ଶନ କରାଯାଇଥିଲା। ସୂଚନା ଯୋଗ୍ୟ ଯେ, ଏମ୍ଓୟୁ ସ୍ୱାକ୍ଷର ଅବସରରେ ନିଜ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ରଚିତ କାଳଜୟୀ କବିତା “ରାମଚଣ୍ଡୀରେ ସନ୍ଧ୍ୟା” ବିଷୟ ଉଲ୍ଲେଖ କରିଥିଲେ। ଜଳବାୟୁ ପରିବର୍ତ୍ତନ ଦ୍ୱାରା ସୃଷ୍ଟି ହେଉଥିବା ବର୍ଦ୍ଧିତ ବିପଦକୁ ମୁକାବିଲା କରିବା ପାଇଁ ଓଡ଼ିଶାର କ୍ଷମତାକୁ ବୃଦ୍ଧି କରିବ। ସେ ଗୁରୁତ୍ୱ ଦେଇ କହିଥିଲେ ଯେ ସରକାର ଅଗ୍ନିଶମ ସେବାକୁ ସୁଦୃଢ଼ କରିବା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାରେ ଉନ୍ନତି ଆଣିବା ଏବଂ ଅଧିକାରୀ ତଥା ଯୁବକମାନଙ୍କ ପାଇଁ ତାଲିମ ସୁଯୋଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ ଅଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶାର ଅଗ୍ନିଶମ ବିଭାଗ ନେତୃତ୍ଵାଧୀନ ବିପର୍ଯ୍ୟୟ ପ୍ରଶମନ ବ୍ୟବସ୍ଥା ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛି। ଆଜି ଏଠାରେ ଯେଉଁ ପ୍ରଶିକ୍ଷଣ କେନ୍ଦ୍ରଟି ଆରମ୍ଭ ହୋଇଛି ତାହା ଦେଶର ଅଗ୍ନିଶମ ବାହିନୀ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ, ଏନ.ଡି.ଆର.ଏଫ୍ ଓ ବିଭିନ୍ନ ରାଜ୍ୟରେ ବିପର୍ୟ୍ୟୟ ସମୟରେ ଉଦ୍ଧାର କାମରେ ନିଯୁକ୍ତ ପୋଲିସ, ଗୃହରକ୍ଷୀ ଓ ସ୍ୱେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଦେବ।
