ରାଜ୍ୟ

ଫେବୃଆରୀ ୭ ରୁ ଏକ ସପ୍ତାହ ବ୍ୟାପୀ ପ୍ରାଚୀ ପରିକ୍ରମା ପଦଯାତ୍ରା।

Spread It
 
ଚାରିଛକ ,(ଏ.ପି ନ୍ୟିୁଜ)( ସନ୍ତୋଷ ଦାଶ) ପ୍ରାଚୀ ପରିକ୍ରମା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆସନ୍ତା ଫେବୃଆରୀ ୭ ତାରିଖ ଠାରୁ ଏକ ସପ୍ତାହ ବ୍ୟାପୀ ୧୫ ବାର୍ଷିକ ପ୍ରାଚୀ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏହି ଯାତ୍ରା ପ୍ରସିଦ୍ଧ ଅନ୍ଧ କପିଳେଶ୍ୱର ମନ୍ଦିର ଠାରୁ ଆରମ୍ଭ ହୋଇ ଅସ୍ତରଙ୍ଗ ର କେଳୁଣି ମୁହାଁଣ ଠାରେ ପହଞ୍ଚିବା ପରେ ସେଠାରେ ମହୋଦଧି ଆଳତୀ କରାଯିବ। ପଦଯାତ୍ରୀ ମାନେ ସେଠାରୁ ପୁନଃ ଅନ୍ଧ କପିଳେଶ୍ୱର ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ। ଫେବୃଆରୀ ୧୩ ତାରିଖ ପଙ୍କୋଦ୍ଧାର ଏକାଦଶୀ 
ଦିନ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ପରିକ୍ରମା ର ଉଦଯାପନ ହେବ। ପୁଣ୍ୟତୋୟା ପ୍ରାଚୀ ନଦୀ ର ସୁରକ୍ଷା, ଏହାର ଉପତ୍ୟକା ରେ ଥିବା ଶହ ଶହ ପୁରାତନ ମଠ, ମନ୍ଦିର, ପୁରାତନ କୀର୍ତ୍ତିରାଜି ସବୁର ରକ୍ଷଣାବେକ୍ଷଣ, ପ୍ରାଚୀ ସରସ୍ଵତୀ ଙ୍କ ମାହାତ୍ମ୍ୟ ସମ୍ପର୍କ ରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ରେ ସ୍ୱାମୀ ପ୍ରଜ୍ଞାନାନନ୍ଦ ଜୀ ମହାରାଜ ଙ୍କ ନେତୃତ୍ବ ଓ ମାଗଦର୍ଶକ ରେ ଆଜକୁ ୧୪ ବର୍ଷ ହେବ ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହୋଇ ଆସୁଛି। ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳା ର ସହିତ ଏହି ପ୍ରାଚୀ ପରିକ୍ରମା ପଦଯାତ୍ରା ଅନୁଷ୍ଠିତ ହେବ ସେ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ନିଆଳି ର ରାଧାକାନ୍ତ ମଠ ପରିସର ରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ମଠ ମହନ୍ତ ତଥା ଟ୍ରଷ୍ଟି ଦିବ୍ୟକୃଷ୍ଣ ମହାରାଜ, ନୂଆମଠ ର ମୁଖ୍ୟ ବାବାଜି ଦାମୋଦର ଦାସ, ବାବାଜୀ ରାମ ଦାସ, ସଂଯୋଜକ ରାଜ କିଶୋର ନନ୍ଦ ( ନନ୍ଦ ବାବା) ସମାଜସେବୀ ନ୍ୟାୟବ୍ରତ ରାଉତ, ପଣ୍ତିତ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗ ଦେଇ ସବିଶେଷ ଆଲୋଚନା କରିଥିଲେ।

Leave a Reply

Your email address will not be published. Required fields are marked *