ରାଜ୍ୟ

କେନାଲ ବନ୍ଧ ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣର ଉପ-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଭିତ୍ତି ପ୍ରସ୍ତର ସ୍ଥାପନ

Spread It

ନିମାପଡ଼ା ଜଳସେଚନ ବିଭାଗ ଅଧିନସ୍ଥ ନିମାପଡ଼ା ଶାଖା କେନାଲର ଛେନୁଅଁ, ଗୁଡ଼ୁସାହି, ଆଳିପିଙ୍ଗଳର ଦକ୍ଷିଣ ପାର୍ଶ୍ବ ବନ୍ଧର ରାସ୍ତା ଉନ୍ନତି କରଣ ପାଇଁ 81 ଲକ୍ଷ 32 ହଜାର ଟଙ୍କା ଏବଂ କଣ୍ବ୍ୟଟି ବିତରକ କେନାଲର ରାସ୍ତା ସମ୍ପସାରଣ ମୋରମ ବିଛା ଏବଂ ସୁରକ୍ଷା କାନ୍ଥ ନିର୍ମାଣ ପ୍ରଧାନ ସାହି ଠାରୁ ବିଶ୍ବାଳ ସାହି 78 ଲକ୍ଷ ଟଙ୍କା,  କଣ୍ବ୍ୟଟି ବିତରକ କେନାଲର ବାମ ପାଶ୍ବାର୍ଶ୍ବ ରାସ୍ତାର ସମ୍ପସାରଣ ଏବଂ ଉନ୍ନତି କରଣ 78 ଲକ୍ଷ ଟଙ୍କା ା ନିର୍ଗୁଣ୍ଡି , ଚଢ଼େଇଗାଁ ଓ ଚାରିବାଟିଆ ରାସ୍ତାର ଉନ୍ନତି କରଣ ପାଇଁ 78 ଲକ୍ଷ ଟଙ୍କା, ଲମ୍ବିଲୋ, ନହନ୍ତରା, ପାଟେଳିଗାଁ ରାସ୍ତାର କଂକ୍ରିଟ ରାସ୍ତା ନିର୍ମାଣ ଓ ରାସ୍ତାର ସମ୍ପ୍ରସାରଣ ପାଇଁ 79 ଲକ୍ଷଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ‌ରେ ନିମାପଡ଼ା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶକ୍ତି ପ୍ରସାଦ ଦାଶ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲୋ 

Leave a Reply

Your email address will not be published. Required fields are marked *