ରାଜ୍ୟ

ଔଷଧୀୟ ବୃକ୍ଷ ଉଦ୍ୟାନ ଓ ସାମର୍ଥ୍ୟ ବିକାଶ କର୍ମଶାଳା ଉଦଘାଟିତ

Spread It

____________
ନିମାପଡ଼ା ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ଵାରା ଆୟୋଜିତ ଓ ସେଣ୍ଟର ଫର
ଏନଭିରନ ମେଣ୍ଟାଲ ଷ୍ଟ୍ ଡି ଜ୍, ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ବିଭାଗ, ଓଡ଼ିଶା ସରକାରଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ମୁଖ୍ୟ ରଶ୍ମି ରଂଜନ ପାଣି ଅତଥି ମାନଙ୍କୁ ସ୍ଵାଗତ କରିବା ସହିତ, ପ୍ରଶାସନିକ ଅଧିକାରୀ ଡ ରବୀନ୍ଦ୍ର ନାଥ ପାଢ଼ୀ ସ୍ଵାଗତ ଭାଷଣ ଦେଇ ଥିଲେ। ସାଂଗଠାନିକ ସମ୍ପାଦକ ଡ. ରମାକାନ୍ତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ପରବର୍ତ୍ତୀ ଆଭିମୁଖ୍ୟର ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା, ସମ୍ମାନିତ ଅତିଥି ଭାବେ ଯଥାକ୍ରମେ ପ୍ରଫେସର୍ ଡ. କୁଞ୍ଜବିହାରୀ ଶତପଥୀ, ପ୍ରଫେସର ଡ.ଗୋପାଳ ଚନ୍ଦ୍ର ନନ୍ଦ, ଡ. ଆଶୀର୍ବାଦ ମହାପାତ୍ର ଔଷଧୀୟ ବୃକ୍ଷ ର ରୋପଣ, ରକ୍ଷଣାବେକ୍ଷଣ, ବ୍ୟବହାର ବିଷୟରେ ସମ୍ପୂର୍ଣ ତଥ୍ୟ ପ୍ରଦାନ କରିବା ସହିତ ୫୦ ଜଣ ଛାତ୍ର ଛାତ୍ରୀ ଙ୍କୁ ଔଷଧୀୟ ବୃକ୍ଷ ର ଚାଷ ପ୍ରଣାଳୀ  ବିଷୟରେ ସଂପୂର୍ଣ୍ର ତଥ୍ୟ ପ୍ରଦାନ କରିବାସହିତ  ନୂତନ ଉଦ୍ୟାନକୁ ଯାଇ ୪୨ଟି ବିଭିନ୍ନ ପ୍ରଜାତିର ବୃକ୍ଷ ଓ ଗୁର ତଥା ମଧୂମେହ ନିବାରଣ  ବୃକ୍ଷମାନଙ୍କ ବିଷୟରେ ବିଶଦ ବାଖ୍ୟା କରିଥି‌େଏଲ। ଅଧ୍ୟାପକ ସୁଣେଶ ବେହେରା ଧନ୍ୟବାଦ ଅର୍ପର କରିଥିଳେ।

Leave a Reply

Your email address will not be published. Required fields are marked *