ରାଜ୍ୟ

ପୁରୀ ଜିଲ୍ଲାରେ ସୁଶାସନ ସପ୍ତାହ ପାଳିତ

Spread It

ପୁରୀ ୧୯/୧୨ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଡିସେମ୍ବର ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ ହେବ।ପୁରୀ ଜିଲ୍ଲାରେ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ଆଜି ଠାରୁ ସମସ୍ତ ବ୍ଲକ, ତହସିଲ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ସୁଶାସନ ସପ୍ତାହ ପାଳିତ ହୋଇଛି।ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକ ମାନଙ୍କୁ ସଚେତନ ସହ ଉପଯୁକ୍ତ ହିତାଧିକାରୀଙ୍କୁ ନିୟମ ଅନୁସାରେ ସାମିଲ କରାଯାଉଛି।ଏହି ସପ୍ତାହ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଅଧିକାରୀ ମାନେ ଜନ ସାଧାରଣ ଙ୍କୁ ଅବଗତ ଓ ସଚେତନ କରାଇଛନ୍ତି।କାକଟପୁର ବ୍ଲକ ବିଭୂତିପୁର ର ଭିନ୍ନକ୍ଷମ ବ୍ୟକ୍ତି ସୁରେଶ କୁମାର ସାହୁ ନିଜେ ପାଇଥିବା ସରକାରୀ ଯୋଜନା ସମ୍ପର୍କରେ କୁହନ୍ତି ଯେ ଭିନ୍ନକ୍ଷମ ବ୍ୟକ୍ତି ଭାବେ ସେ ମଧୁବାବୁ ଭିନ୍ନକ୍ଷମ ସହାୟତା ପାଉଥିବା ବେଳେ ଟ୍ରାଇସାଇକେଲ ମଧ୍ୟ ପାଇଛନ୍ତି।ସେହିପରି ଜଣେ ଭିନ୍ନକ୍ଷମ ସକ୍ଷମ ଙ୍କୁ ବିବାହ କଲେ ସରକାରୀ ଯୋଜନା ଅନୁଯାୟୀ ୨ ଲକ୍ଷ ୫୦ ହଜାର ଟଙ୍କା ର ସହାୟତା ମଧ୍ୟ ସେ ପାଇଛନ୍ତି।ଏଥିପାଇଁ ସେ ପ୍ରଶାସନ ଓ ସରକାର ଙ୍କୁ କୃତଜ୍ଞତା ଜଣାଇଛନ୍ତି।କାକଟପୁର ବ୍ଲକ ର ଅନ୍ୟତମ ଭିନ୍ନକ୍ଷମ ମାନସ କୁମାର ନାୟକ ମଧ୍ୟ ଭିନ୍ନକ୍ଷମ ସହାୟତା ପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।ସେହିପରି ଅନ୍ୟ ହିତାଧିକାରୀ ମାନେ ସରକାରୀ ଯୋଜନା ରେ ସୁବିଧା ପାଇ ନିଜ ପରିବାର ର ଆର୍ଥିକ ସ୍ଥିତି ମଜବୁତ କରିଛନ୍ତି ବୋଲି ସୂଚନା ଦିଅନ୍ତି।

Leave a Reply

Your email address will not be published. Required fields are marked *