ପିଏମଶ୍ରୀ ନିମାପଡ଼ା ହାଇ ସ୍କୁଲ ଉତ୍ସବ ୨୦୨୫
ନିମାପଡ଼ା, (ଏ.ପି ନ୍ୟିୁଜ) ନିମାପଡ଼ା ହାଇସ୍କୁଲରେ ଆଜି ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି। ସମଗ୍ର ଦେଶରେ ଥିବା କେନ୍ଦ୍ରସରକାର ଶିକ୍ଷା ବିଭାଗ ଅଧିନରେ ଥିବା ୧୪ ହଜାର ୫ଶହ ସ ପିଏମ ଶ୍ରୀ ସ୍କୁଲ ସହିତ ପୁରୀ ଜିଲାର ନିମାପଡ଼ା ଏନ.ଏ.ସି ମଧ୍ୟରେ ଥିବା ନିମାପଡ଼ା ହାଇସ୍କୁଲ ପିଏମଶ୍ରୀ ହାଇସ୍କୁଲଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି। ଏହି ଅବସରରେ ପିଏମଶ୍ରୀ ନିମାପଡ଼ା ହାଇ ସ୍କୁଉଲରେ ଯୋଜନା ଅନୁସାରେ ଉତ୍ସବ ୨୦୨୫ ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଅବସରରେ ୨୦୩୬ ବର୍ଷରେ ବିକଶିତ କିଭଳି ରହିବ ପିଲାମାନେ ସେମାନଙ୍କର ବିକଶିତ ସ୍ବପ୍ନର ନିମାପଡ଼ାର ମଡ଼େଳ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ। ଶିକ୍ଷାଗ୍ରହଣ ସହିତ ସ୍କୁଳର ଛାତ୍ରମାନ ଙ୍କର ଅନ୍ତର୍ନିହିତ ପ୍ରତିଭା ପ୍ରକାଶ ପାଇଁ ଛରାତ୍ରମାନେ ନିଜେ ନିଜର ପ୍ରକଳ୍ପ ତିଆରି କରିଥିଲେ। ଆଗାମୀ ଦିନରେ ନିମାପଡ଼ାରେ ଆଇଟି ଶିଲ୍ପ କିଭଳି ପ୍ରଭାବ ରହିବ ଓ ଅଗ୍ରଗତି କରିଥିବ ନିମାପଡ଼ାରେ ଥିବା ବ୍ୟାଙ୍କ ,ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ଓ ପୁସ୍ତକ ବ୍ୟବସାୟ କିଭଳି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ରହିବ ଏବଂ ନିମାପଡ଼ାରେ ଆଗାମୀ ଦିନରେ ବ୍ୟବସାୟ ଓ ବାଣିଜ୍ୟିକ ପ୍ରତିଷ୍ଠାନ ,ସୃଜନଶୀଳତା(ସାହିତ୍ୟ), କୈାଶଳ, ଜିଜ୍ଞାସା, ସାହିତ୍ୟ ସୃଜନୀ ,କ୍ରିଡ଼ାଙ୍ଗନ କିଭଳି ହେବ ତାହାର ପରିକଳ୍ପନା କରି ପ୍ରକଳ୍ନ ଗୁଡ଼ିକୁ ଉତ୍ସବରେ ପ୍ରଦର୍ଶିତ କରିଥିଲେ। ୨୦୩୬ରେ ପିଏମଶ୍ରୀ ନିମାପଡ଼ା ହାଇସ୍କୁଲ କିଭଳି ପରିବର୍ତ୍ତିତ ହେବଏବଂ ସ୍କୁଲ କ୍ରିଡ଼ାଙ୍ଗନ କିପରି ରହିବ ନୂତନ ପିଏମ ହାଇସ୍କୁଲ ସ୍ବପ୍ନର ବିକଶିତ ସ୍କୁଲରେ ପରିଣିତ ହେବ ଏକ ମଡ଼େଲ ଏହି ଉତ୍ସବରେ ପ୍ରଦର୍ଶିତ ହୋଇ ଅଭିଭାବକ ଓ ପୁରାତନ ଛାତ୍ର ସଂସଦ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଛି। ଏହି ଉତ୍ସବ ପ୍ରଦାନ ଶିକ୍ଷକ ନନ୍ଦିତା ସାହୁଙ୍କ ପୈାରହିତ୍ବରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥିଭା ଏନ.ଏ.ସି ଅଧ୍ୟକ୍ଷା ସସ୍ମିତା ସାହୁ ସମ୍ମାନ୍ନୀତ ଅତିଥିଭାବେ ସଭାପତି ପୁରାତନ ଛାତ୍ର ସଂସଦ ପଞ୍ଚଶିକ୍ଷା ସେତୁ ନାରାୟଣ ମିଶ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ସଂଯୁକ୍ତା ମହାନ୍ତି,ଓ ହୃଦାନନ୍ଦ ତ୍ରିପାଠୀ ଅତିରିକ୍ତ ଶିକ୍ଷା ମଣ୍ଡଳ ଅଧିକାରୀ ସୁଦର୍ଶନ ଭୋଇ, ସିଆରସିସି ଲକ୍ଷ୍ମୀଧର ସେଠୀ ସମାଜ ସେବୀ ରାମଚନ୍ଦ୍ର ଦାହୁ, ଓ ମହେନ୍ଦ୍ରସିଂଭାଟିଆ, କାଉନସିଲର ଧନୁର୍ଦ୍ଧର ଦାସ, ପରିଚାଳନା କମିଟି ସଭାପତି ସମିମା ବେଗମ ଓ ଉପସଭାପତି ସରିତା ମହାପାତ୍ର,ଅଭିଭାବକ ପବିତ୍ରମୋହନ ବରାଳ ପ୍ରମୁଖ ଅତିଥିଭାବେ ଯୋଗଦେଇ ଛାତ୍ରମାନଙ୍କୁ ସଂସ୍କାରୀ ପୁଅ ହୁଅ, ଶିକ୍ଷକମାନଙ୍କ ଉପଦେଶମାନି ଭଲ ଛାତ୍ର ହୁଅ ବୋଲି ଉପଦେଶ ଦେଇଥିଲେ। ସ୍କୁଲ ର ଛାତ୍ରମାନେ ଚିତାକର୍ଷକ ସାସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଳେ। ସ୍ବାଗତ ଭାଷଣ ଦେଇଥିଲେ ଶିକ୍ଷକ ଜ୍ୟୋତିରଞନ ରଥ, ଧନ୍ୟବାଦ ଦେଇଥିଳେ କ୍ରିଡ଼ା ଶିକ୍ଷକ ରଣଜିତ କେଶରୀ ନାୟକ , ପରିଚାଳନା କରିଥିଲେ ଦୁର୍ଗା ପ୍ରସାଦ ବାରିକ ,ସୁଦର୍ଶନ ବିଶ୍ବାଳ। ନିମାପଡ଼ା ବ୍ଲକର ବଲଙ୍ଗା ଠାରେ ଥିବା ବଳଙ୍ଗା ହାଇସ୍କୁଲ ପିଏମ ଶ୍ରୀ ହାଇସ୍କୁଲ କେନ୍ଦ୍ର ସରକାର ଶିକ୍ଷା ବିଭାଗ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛି।
