ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ବାଦ ପଡ଼ିଲେ ଗିଲ୍, ଦଳକୁ ଫେରିଲେ ଇଶାନ କିସାନ l
ମୁମ୍ବାଇ(ଏ.ପି ନ୍ୟିୁଜ) ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଆଜି(ଶନିବାର) ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ସୂର୍ଯ୍ୟକୁମାର ଯାଦବ ଭାରତୀୟ ଦଳର ନେତୃତ୍ୱ ନେବେ, ଅନ୍ୟପଟେ ଖରାପ ଫର୍ମ ଦେଇ ଗତି କରୁଥିବା ଶୁଭମନ ଗିଲ୍ଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଆଉ ଝାଡ଼ଖଣ୍ଡକୁ ସୟଦ ମୁସ୍ତାକ ଅଲି ଟ୍ରଫି ଜିତାଇଥିବା ଇଶାନ କିସାନ ବହୁତ ଦିନ ପରେ ଦଳକୁ ଫେରିଛନ୍ତି ।ଏଥର ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରି ୭ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ୍ ୨୦ ମାର୍ଚ୍ଚରେ ଅନୁଷ୍ଠିତ ହେବ । ଗତଥରର ଚାମ୍ପିୟନ ଭାରତୀୟ ଦଳକୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଗ୍ରୁପ୍-ଏ’ ରେ ରଖାଯାଇଛି । ଏହି ଗ୍ରୁପ୍ରେ ଆମେରିକା, ନାମିବିଆ, ନେଦରଲ୍ୟାଣ୍ଡ ଏବଂ ପାକିସ୍ତାନ ଦଳ ମଧ୍ୟ ରହିଛନ୍ତି । ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଭାରତୀୟ ଦଳ:
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅକ୍ଷର ପଟେଲ (ଉପ-ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଜିତେଶ ଶର୍ମା (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂ, ରିଙ୍କୁ ସିଂ, ହର୍ଷିତ ରାଣା ଏବଂ ଇଶାନ କିସାନ ।
