ଅବସରର ଦୁଇ ବର୍ଷ ପରେ ବିଦାୟକାଳୀନ ସମ୍ବର୍ଦ୍ଧନା ପାଇଲେ ଶୁଚି ସାର
ଅସ୍ତରଙ୍ଗ (ଏ.ପି ନ୍ୟୁଜ , ଦୁଃଶାସନ ନାୟକ)ଅସ୍ତରଙ୍ଗ,ଶୁଚି ସାର , ଅସ୍ତରଙ୍ଗ ବ୍ଲକ ଅଧିନ ଡେରୁଣିଆଁ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦବୀରୁ ଦୁଇ ବର୍ଷ ହେଲାଣି ଅବସର ନେଲେଣି l ହେଲେ ଅବସର ନେବା ପୁର୍ବରୁ ଗ୍ରାମ ବାସିଙ୍କ ତରଫରୁ ଆୟୋଜିତ ହେବାକୁ ଥିବା ବିଦାୟ କାଳୀନ ସମ୍ବର୍ଦ୍ଧନା ନ କରିବା ପାଇଁ ଗ୍ରାମ ବାସି ଓ ଛାତ୍ର ଛାତ୍ରୀ ଙ୍କୁ ମନା କରି ଦେଇଥିଲେ l କାରଣ ଥିଲା ବିଦ୍ୟାଳୟ ରେ ଜେ ପର୍ଯ୍ୟନ୍ତ ୬ଷ୍ଟ ଓ ୭ମ ଶ୍ରେଣୀ ନ ଖୋଲିଛି ସେ ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ ହେବି ନାହିଁ l ହେଲେ ବହୁ ପରିଶ୍ରମ ଓ ନିଜର ଇଚ୍ଛା ଶକ୍ତି ବଳରେ ଡେରୁଣୀଆଁ ବିଦ୍ୟାଳୟ ରେ ଏହି ଦୁଇ ଗୋଟି ଶେଣୀ ଖୋଲିବା ପରେ ଶିକ୍ଷକ ଓ ଗ୍ରାମ ବାସି ଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇ ଥିବା ସ୍ଥଳେ , ବହୁ ଯାକ ଜାମକରେ ସୁଚିନ୍ଦ୍ର ଶାର ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ବିଦ୍ୟାଳୟ ପରିସରରେ ବୁଧବାର ଦିନ ଦିଆ ଯାଇଥିବା ଦେଖିବାକୁ ମିଳିଛି l
