ରାଜ୍ୟ

୨୫ ତମ ନିମାପଡ଼ା ମହୋତ୍ସବକୁ ନିମାପଡ଼ା ଉତକର୍ଷର ବିନ୍ଧାରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ବରା ଉଦଘାଟିତ

Spread It

 ନିମାପଡ଼ା ଏ.ପି ନ୍ୟୁଜ)ଉର୍ମି ସେନାପତି,-  ମୁକ୍ତାକାଶ ମଂଚରେ ଆଜି ୨୫ ତମ ନିମାପଡ଼ା ମହୋତ୍ସବକୁ ଜଗତରନାଥ ଜଗନ୍ନାତଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଛନ୍ତି ଉତକର୍ଷ ନିମାପଡ଼ାର ମୁଖ୍ୟ ବିନ୍ଧାଣୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପସ୍ଥିତଥିଲେ ଇସ୍ପାତ, ଖଣି ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନା, ବିଡ଼ିଓ ଅଭିଜତ ଷଡ଼ଙ୍ଗୀ, ପରିଷଦ ଅଧ୍ୟକ୍ଷା ସସ୍ମିତା ସାହୁ, ଆୟୋଜନକ ସଭାପତି ଅକ୍ଷୟ ସାହୁ, ସଂପାଦକ ନିଗମାନନ୍ଦ ସାହୁ,  ଏନଏମ ଗ୍ରୁପର ନିର୍ଦ୍ଦେଶକ ରିଚା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।  ଚଳିତ ବର୍ଷ ବିଶିଷ୍ଟ ଶିକ୍ଷାବିତ ଶରତ ଚନ୍ଦ୍ର ନୋପତିଙ୍କୁ କପିଳ ସାସମଲ ସ୍ମୃତିରେ ସମ୍ମାନିତ ଏବଂ ସମାଜସେବା ପାଇଁ ଦଣ୍ଡପାଣି ସାହୁଙ୍କୁ ମହୋତ୍ସବ କମିଟି ପକ୍ଷରୁ ସମ୍ମାନ୍ନିତ କରାଯାଇଥିଲା।  ସ୍ଥାନୀୟ ନୃତ୍ୟାଳୟର ଓଡ଼ିଣୀ ନୃତ୍ୟ ଶିଳ୍ପୀମାନେ    କୃଷ୍ଣଙ୍କ ଶ୍ବାସତ ପ୍ରେମ ଉପରେ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ବିଷ୍ରୁ ଚରଣ ସାସମଲ, ଦୀତିୟାର୍ଦ୍ଧରେ ଧ୍ରୁବା ଇନଷ୍ଯିଛ୍ୟୁଟ, କଳକତାର ନୃତ୍ୟ ଶିଳ୍ପୀମାନେ ଗୁରୁ ସାୟନ ଚକ୍ରବର୍ତ୍ତିଙ୍କ ନିର୍ଦ୍ଦୋଶନାରେ ପରିବେଷଣ କରିଥିଲେ ଭାରତନାଟ୍ୟମ। ନୃତ୍ୟରେ ଗଣେଷ ବନ୍ଦନା, କୃଷ୍ଣଙ୍କ ବାଲ୍ୟ ଲୀଳା , ଦୁର୍ଗାଙ୍କର ମହିଷାସୂର ବଧ, ମହାମୃତ୍ୟୁଞୟମନ୍ତ୍ରୀ ଭାରତ ନାଟ୍ୟମ ନୃତ୍ୟରେ ପରିବେଷଣ କରିଥିଲେ।  କୋଟପାଡ଼ର କଳାବିକାଶ କେନ୍ଦ୍ରର ନୃତ୍ୟ ଶିଳ୍ପୀମାନେ  ଆଦିବାସୀ ସଂପ୍ରଦାୟର ଲୋକମାନେ ବର୍ଷା ରୁତୁ ଆସିବାପରେ ମାଟିମାର ପୂଜା କରି ପୁଣୁଷ ମହିଳାମାନେ ଏକାଠି ହୋଇ ନୃତ୍ୟ କରିବା ପରିବେଷଣ କରିଥିଲେ। ମହୋତ୍ସବ ପଡ଼ିଆରେ ମିଶନ ଶକ୍ତି ବିଭାଗ ଆନୁକୂଳ୍ୟରେ ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀର ଷ୍ଟଲ ଖୋଲାଯାଇଛି। ବାଳୁକା ଶିଳ୍ପୀଙ୍କ କଳାକୃତି । ଇନଡ଼ୋର ଷ୍ଟାଡ଼ିୟମ ପଡ଼ିଆରେ ମୀନା ବଜାର ଓ ଯାତ୍ରାପାଟିର ମଜାନେଉଛନ୍ତି ନିମାପଡ଼ାର ଲୋକମାନେ। 

Leave a Reply

Your email address will not be published. Required fields are marked *