ରାଜ୍ୟ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକୋତ୍ସବ ଅନୁଷ୍ଠିତ

Spread It
ଚାରିଛକ (ଏ.ପି, ନ୍ୟିୁଜ)(ସନ୍ତୋଷ ଦାଶ) ନିକଟସ୍ଥ ଯୋଗେଶ୍ବରପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପଞ୍ଚର୍ବିଂଶ ବାର୍ଷିକୋତ୍ସବ ବିଦ୍ୟାମନ୍ଦିର ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନିମାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ବିଶିଷ୍ଟ ଐତିହାସିକ ଅବସରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର , ମୁଖ୍ୟ ବକ୍ତା ଭାବେ ପୁରୀ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସହ ବିଭାଗ କାର୍ଯ୍ୟବାହ ପ୍ରଫୁଲ୍ଲ କୁମାର ପଣ୍ଡା , ସମ୍ମାନିତ ଅତିଥି ଭାବେ ଧୁମାଳ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ମୋନାଲିସା ସିଂହ ,ସମିତି ସଭ୍ୟା ଶ୍ରୀମତୀ ଭାନୁମତି ମାଣିକ , ଜଙ୍ଗଲବୋରି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ପ୍ରଭାତୀ ସାହୁ , କାକଟପୁର ସଂକୁଳ ସମୂହ ସୁରେନ୍ଦ୍ର କୁମାର ମାଣିକ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ତଥା ଅବସରପ୍ରାପ୍ତ ପ୍ରଧ୍ୟାପକ ପ୍ରସନ୍ନ କୁମାର ସ୍ଵାଇଁ ସଭାରେ ସଭାପତିତ୍ୱ କରିଥିବା ବେଳେ ସମ୍ପାଦକ ମାନସ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଅନୁଷ୍ଠାନ ର ପ୍ରଧାନ ଆଚାର୍ଯ୍ୟ ଭୀମସେନ ରାୟ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଶିକ୍ଷା ଶୈଳୀ ସହିତ ରାଷ୍ଟ୍ରୀୟ ମାର୍ଗ ଓ ଡିଜିଟାଲ ଜ୍ଞାନ କୌଶଳ ଶିକ୍ଷା କୁ ମଞ୍ଚାସିନ ଅତିଥି ମାନେ ବକ୍ରବ୍ୟ ରେ ଉଚ୍ଚ ପ୍ରଶଂସା କରିଥିଲେ । ଅତିଥି ମାନଙ୍କ ଦ୍ବାରା ବିଦ୍ୟୁତ ପରିଷଦ ସଭ୍ୟ ପ୍ରାଣବନ୍ଧୁ ଦଳାଇ ଓ ଅନୁଷ୍ଠାନ ର ଗୁରୁଜୀ ,ଗୁରୁମା ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିବା ବେଳେ କୃତ୍ତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଅନୁଷ୍ଠାନ ର କୋଷାଧ୍ୟକ୍ଷ ବିମଳ କାନ୍ତ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ପୂର୍ବତନ ସମ୍ପାଦକ ପ୍ରମୋଦ କୁମାର ଦାସ , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ମିଶ୍ର , ବିଚିତ୍ରା ନନ୍ଦ ପାତ୍ର , ପ୍ରଭାତ ରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇଥିବା ବେଳେ ଗୁରୁଜୀ, ଗୁରୁମା ଓ କର୍ମଚାରୀ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *