କ୍ରୀଡା

ନିମାପଡ଼ା ମହୋତ୍ସବ ୨୦୨୫ର ଦ୍ୱିତୀୟ ସନ୍ଧ୍ୟା ସମ୍ବଲପୁରୀ ଏବଂ ଭାଙ୍ଗଡ଼ା ନୃତ୍ୟରେ ମଂଚ ଦୁଲୁକିଲା ।

Spread It
 
ନିମାପଡ଼ା୨୬/୧୨(ଏପିନ୍ୟୁଜ) :  ନିମାପଡ଼ା ମହୋତ୍ସବ ୨୦୨୫ର ମୁକ୍ତାକାଶ ମଂଚର ୨ୟ ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ଓଡ଼ିଆ ଯୋଦ୍ଧାମାନଙ୍କ ଉପରେ ଆଧାରିତ ଯୁଦ୍ଧକୁ ଯିବା ପୂର୍ବରୁ ଯେପରି ଶାରୀରିକ ବ୍ୟାୟାମ ମାଲ୍ ଖମ୍ବ ମାଧ୍ୟମରେ କରିଥାନ୍ତ । ଆଜି ଇଣ୍ଡିଆ ଗଟ୍ ଟ୍ୟାଲେଂଟର ୨ୟ ସେମିଫାଇନାଲିଷ୍ଟ ଡ଼ିଭାଇନ୍ ମାଲଖମ୍ବ ଦ୍ୱାରା ଓ ସଂକୃତି ବିଭାଗ ଓଡ଼ିଶା ସରକାରଙ୍କ ସହାୟତାରେ ପ୍ରଦର୍ଶିତ  ହୋଇଥିଲା । ପରେ ସ୍ଥାନୀୟ ନୃତ୍ୟାଳୟର କୁନି କୁନି ନୃତ୍ୟ ଶିଳ୍ପୀମାନେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସମ୍ବଲପୁରୀ ନୃତ୍ୟ ଘୁଙ୍ଗରୀର ତାଳ ତାଳରେ ରଙ୍ଗମଂଚ ଦୁଲୁକି ଉଠିଥିଲା । ଦର୍ଶକଙ୍କର କରତାଳିରେ ମଂଚ ଫାଟିପଡ଼ୁଥିଲା । ୨ୟ ଅର୍ଘ୍ୟରେ ସ୍ଥାନୀୟ ଷ୍ଟେଂଜର୍ସ ଡ଼୍ୟାନ୍ସ ଏକାଡ଼େମି ଆଧୁନିକ ନୃତ୍ୟ “ଡ଼୍ୟାନ୍ସ ଡ଼୍ରାମା’’ ପ୍ରଦର୍ଶନ କରିଥିଲେ । ପରେ ପରେ ଚଳଚିତ୍ରର ହାସ୍ୟ ଅଭିନେତା, ପ୍ରଜ୍ଞାନ ଏବଂ ଶଙ୍କରଙ୍କ ଯୋଡ଼ି ହାସ୍ୟରସ ପରିବେଷଣ ମଂଚ ତଥା ଲୋକମାନଙ୍କ ମନରେ ଉଲ୍ଲାସ ଭରି ଦେଇଥିଲା ।   ଝାଡ଼ଖଣ୍ଡର ସନ୍ନି ସିଂ ଏବଂ ଟ୍ରୁପ୍ଙ୍କର ଭାଙ୍ଗଡ଼ା ନୃତ୍ୟରେ ମଂଚ ଦୁଲୁକି ଉଠିଥିଲା । 
ଦ୍ୱିତୀୟ ସନ୍ଧ୍ୟାର ଅତିଥି ଥିଲେ ମାନବ୍ୟର ଉପ-ମୂଖ୍ୟମନ୍ତ୍ରୀ, ଶ୍ରୀମତୀ ପ୍ରଭାତି ପରିଡ଼ା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର,  ସଙ୍ଗୀତ ନିର୍ଦେଶକ ଶ୍ରୀକାନ୍ତ ଗୌତମ ଏବଂ ଜିଲ୍ଲାପାଳ ମାନ୍ୟବର ଦିବ୍ୟଜ୍ୟୋତି ପରିଡ଼ା, ଏନ୍ ଏ.ସି ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସାହୁ, ଏନ୍ ଏମ୍ ଗ୍ରୁପ୍ ର ନିଦେ୍ର୍ଦଶକ ରିଚା ପରିଡ଼ା, ଏବଂ ହେଲ୍ପ ଲାଇନର ସଭାପତି – ଅକ୍ଷୟ କୁମାର ସାହୁ, ସମ୍ପାଦକ ନିଗମ ସାହୁ ଉପସ୍ଥିତ  ଥିଲେ ।

Leave a Reply

Your email address will not be published. Required fields are marked *